ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ: ବେକରେ ରଶି ଲଗାଇ ଆତ୍ମହତ୍ୟା ସନ୍ଦେହ

ବରଗଡ଼ (କେନ୍ୟୁଜ): ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବରଗଡ଼ ଭଟଲି ବ୍ଲକ୍‌ ଅନ୍ତର୍ଗତ ଭଟିଗାଁରେ ଏକ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଜଣ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ମୃତକ ହେଲେ ରଘୁ ଭୁଏ(୫୧) ଓ ତାଙ୍କ ପତ୍ନୀ ପ୍ରତିଷ୍ଠା ଭୁଏ(୪୭)। କିଛିଦିନ ପୂର୍ବରୁ ସେମାନଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା। ଝିଅକୁ ହତ୍ୟା ପରେ ବାପା, ମା’ଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ସୃଷ୍ଟି ହୋଇଛି। ତେବେ କଣ ପାଇଁ ଜୀବନ ହାରିଲେ ସେନେଇ କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ, ଗତ ଡିସେମ୍ବର ୨ରେ ରଘୁଙ୍କ ଝିଅକୁ ହତ୍ୟା କରାଯାଇଥିଲା। ଘଟଣାରେ ହତ୍ୟା ଅଭିଯୁକ୍ତ ଗିରଫ ହୋଇ ଜେଲ୍ ଯାଇଥିଲା। ହେଲେ ଆଜି ରଘୁ ଓ ତାଙ୍କ ପତ୍ନୀ ପ୍ରତିଷ୍ଠାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ସ୍ୱାମୀ-ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଥିବା ଭଟଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।