ବାୟୁସେନାର ୨ ବିମାନ ଦୁର୍ଘଟଣା; ସୁଖୋଇ-୩୦ ଓ ମିରାଜ ୨୦୦୦ ଏୟାରକ୍ରାଫ୍ଟ କ୍ରାସ୍‌ ନେଇ ସୂଚନା

ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଖୋଇ-୩୦ ଓ ମିରାଜ ୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣା ନେଇ ସୂଚନା ମିଳିଛି। ମଧ୍ୟପ୍ରଦେଶର ମୋରେନାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିବା ବେଳେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ। ଗ୍ଵାଲିୟର ଏୟାରବେସରୁ ଏହି ଦୁଇ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିଲେ।

ସେହିପରି ରାଜସ୍ଥାନରେ ମଧ୍ୟ ଏକ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନର ଭରତପୁରରେ ଜେଟ୍ ବିମାନ କ୍ରାସ୍‌ ନେଇ ସୂଚନା ମିଳିଛି। ଏହି ଜେଟ୍ ଭାରତୀୟ ବାୟୁସେନାର ବୋଲି ଜଣାପଡ଼ିଛି ।