ମାଛଧରା ଡଙ୍ଗାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଟାଙ୍ଗୀ (କେନ୍ୟୁଜ): ମାଛଧରା ଡଙ୍ଗାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ୍‌ । ଖୋରଧା ଜିଲ୍ଲା ନାଚୁଣୀ ଥାନା ନଈରୀ ନିକଟ ହନୁମାନ ମାଛ ପେଣ୍ଠ ନିକଟରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ସ୍ଥାନୀୟ ଯମୁନା ସାହିର ଅଞ୍ଚଳର ମଣିଆ ବେହେରା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ପହଞ୍ଚି ଛାନବିନ୍‌ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଅପରାଧିକ ମାମଲା ବଢୁଥିବାରୁ ଚିନ୍ତାରେ ଅଞ୍ଚଳବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.