Below header

ପୁଅ ଆରପାରିରେ ବୋହୂ ଘର ଛାଡି ଛୁ, ଏବେ ନାତି ନାତୁଣୀକୁ ଧରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୃଦ୍ଧା ଜେଜେ ମା’

ତୁରେକେଲା ବ୍ଲକ କରୁଆମୁଣ୍ଡା ପଂଚାୟତ ର୍ବିଣ୍ଣା ଗାଁରେ ରହୁଥିବା ଜୟମନୀ ପୁଞ୍ଜି। ସ୍ବାମୀ , ପୁଅ, ବୋହୂ ଏବଂ ଦୁଇ ନାତି ନାତୁଣୀଙ୍କୁ ନେଇ ଥିଲା ତାଙ୍କର ସୁନ୍ଦର ପରିବାରଟିଏ। ହେଲେ ଦୁଃଖର ପାହାଡ ଏମିତି ପଡିଲା ଯେ ସେ ଏବେ କଣ କରିବେ କିଛି ଜାଣି ପାରୁନାହାନ୍ତି ।

କଣ୍ଟାବାଞ୍ଜି(କେନ୍ୟୁଜ୍): ଆଖି ଆଖିରେ ଅନେକ ସ୍ବପ୍ନ । ପାଠ ପଢିବାକୁ ଅନେକ ଇଚ୍ଛା। ହେଲେ ସାଥ୍ ଦେଉନି ଭାଗ୍ଯ। ଦିନ ଥିଲା ସବୁ ଠିକ୍ ଠାକ୍ ଚାଲିଥିଲା । ଏହି ବୃଦ୍ଧା ଜଣକ ତୁରେକେଲା ବ୍ଲକ କରୁଆମୁଣ୍ଡା ପଂଚାୟତ ର୍ବିଣ୍ଣା ଗାଁରେ ରହୁଥିବା ଜୟମନୀ ପୁଞ୍ଜି। ସ୍ବାମୀ , ପୁଅ, ବୋହୂ ଏବଂ ଦୁଇ ନାତି ନାତୁଣୀଙ୍କୁ ନେଇ ଥିଲା ତାଙ୍କର ସୁନ୍ଦର ପରିବାରଟିଏ। ହେଲେ ଦୁଃଖର ପାହାଡ ଏମିତି ପଡିଲା ଯେ ସେ ଏବେ କଣ କରିବେ କିଛି ଜାଣି ପାରୁନାହାନ୍ତି ।

ଜୟମନୀ ପୁଞ୍ଜିଙ୍କ ସ୍ବାମୀ ୮ ବର୍ଷ ହେବ ମୃତ୍ୟୁବରଣ କରିଥିବା ବେଳେ ବିବାହିତ ପୁଅ ୬ ବର୍ଷ ହେବ ଆରପାରିରେ । ବୋହୂ ଏବଂ ନାତି ନାତୁଣୀକୁ ନେଇ ଘର ସଂସାର ଠିକ୍ ଠାକ୍ ଚଳାଇବାକୁ ବୃଦ୍ଧା ଜୟମନୀ ଚିନ୍ତା କରୁଥିବା ବେଳେ ଏପଟେ ବୋହୂ ଘର ଛାଡି କୁଆଡେ ପଲେଇଗଲା ଯେ ତାର ପତ୍ତା ମିଳୁନି । ଏବେ ଘରେ ସପ୍ତମ ପଢୁଆ ନାତି ଏବଂ ୧୫ ବର୍ଷୀୟ ନାତୁଣୀ। ଟଙ୍କାର ଅଭାବ ଯୋଗୁ ପାଠ ପଢିବାର ଇଚ୍ଛା ସତ୍ୱେ ଦଶମ ପରେ ଆଉ ପାଠ ପଢିପାରିଲା ନାହିଁ ନାତୁଣୀ । ଏବେ ନାତି ମଧ୍ୟ ଘର ପରିସ୍ଥିତ ଦେଖି ପାଠ ପଢିବାକୁ ଇଚ୍ଛା କରୁନାହିଁ । ଏଭଳି ସ୍ଥିତିରେ ପରିବାର ବହୁ କଷ୍ଟରେ ଚଳୁଛି । ୧୫ ବର୍ଷର ନାତୁଣୀ ଏବେ ଅନ୍ଯ ଘରେ କାମ କରି ଦୁଇ ପଇସା ପାଉଥିବାବେଳେ ବୃଦ୍ଧା ଜୟମନୀ ପାଉଥିବା ଭତ୍ତା ହିଁ ଚଳିବାର ସାହାରା। ଜୟମନୀଙ୍କ ଔଷଧ ଏବଂ ଘରର ଅନ୍ଯ ସାମଗ୍ରୀ କିଣିବାରେ ଏମିତି ଟଙ୍କା ନିଅଣ୍ଟ ପଡୁଛି ।

child

ପୂର୍ବରୁ ଏମାନଙ୍କୁ ଅର୍ନ୍ତଦୟ କାର୍ଡରେ ୩୫ କେଜି ଚାଉଳ ମିଳୁଥିବା ବେଳେ, ଏବେ ସେହି କାର୍ଡ ବନ୍ଦ ହୋଇଯିବାରୁ ଏହି ପରିବାରକୁ ୧୫ କେଜି ଚାଉଲ ମିଳୁଛି । ବୃଦ୍ଧା ଜୟମନୀଙ୍କ ଭଲ ଘର ଖଣ୍ଡେ ନଥିବା ଯୋଗୁଁ ଚାଳ ଛପର ଘରେ ରହୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାଁ ନାହିଁ । ଆଶ୍ଚର୍ଯ୍ଯ ଲାଗେ ଯାହାର ଭଲ ଘର ଅଛି ତାଙ୍କ ନାଁ ଆବାସ ଯୋଜନା ଲିଷ୍ଟରେ ଥିବା ବେଳେ ଏହି ଅସହାୟ ବୃଦ୍ଧାଙ୍କ ନାଁ କିନ୍ତୁ ନାହିଁ । ଏହି ସବୁ ସମସ୍ଯା ଭିତରେ ବୃଦ୍ଧା ଜୟମନୀ ଏବଂ ତାଙ୍କ ନାତି ନାତୁଣୀ ଦିନ କାଟୁଛନ୍ତି । ଏ ନେଇ ଆମେ ତୁରେକେଲା ବିଡିଓ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ସେ ଏକ ଟିମ୍ ଜୟମନୀଙ୍କ ଘରକୁ ପଠାଇ ତଦନ୍ତ କରିବା ପରେ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ଯ ଯୋଗାଇ ଦିଆଯିବ ।

ଜିଲ୍ଲା ପ୍ରଶାସନ ଆବାସ ଯୋଜନାରେ ସାମିଲ କରିବା ସହ କେମତି ଏ ପରିବାର ଭଲରେ ରହି ପାରିବେ ସେନେଇ ପଦକ୍ଷେପ ନେବାକୁ ଏହି ପରିବାର ଅନୁରୋଧ କରିଛି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ପରିବାର ପାଖକୁ କେବେ ପହଞ୍ଚୁଛି ଆଉ କେବେ ସୁଧୁରୁଛି ବାପା ମା ନଥିବା ଏହି ଦୁଇ ପିଲାଙ୍କ ଜୀବନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.