ଭାରତୀୟ ବଂଶୋଦ୍ଭବ ହେଲେ ୟୁଟ୍ୟୁବର ନୂଆ ସିଇଓ : ସୁସାନ ୱଜସିକିଙ୍କ ଇସ୍ତଫା ପରେ ନିଲ ମୋହନଙ୍କ ନାଁରେ ମୋହର ମାରିଲା ଗୁଗୁଲ

ଭାରତୀୟ ବଂଶୋଦ୍ଭବଙ୍କ ହାତରେ ୟୁଟ୍ୟୁବ ଦାୟିତ୍ୱ। ଗ୍ଲୋବାଲ ଅନଲାଇନ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବର ଆଗାମୀ ସିଇଓ ହେବେ ନିଲ ମୋହନ ।

ନୂଆଦିଲ୍ଲୀ : ଭାରତୀୟ ବଂଶୋଦ୍ଭବଙ୍କ ହାତରେ ୟୁଟ୍ୟୁବ ଦାୟିତ୍ୱ। ଗ୍ଲୋବାଲ ଅନଲାଇନ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବର ଆଗାମୀ ସିଇଓ ହେବେ ନିଲ ମୋହନ । ନିଲ୍‌ ୟୁଟ୍ୟୁବ ଚିଫ୍‌ ଓ୍ଵଜସିକିଙ୍କ ପରେ ୟୁଟ୍ୟୁବର ଦାୟିତ୍ୱ ସମ୍ଭାଳିବେ। ଓ୍ଵଜସିକି ବ୍ୟକ୍ତିଗତ କାରଣ ଦର୍ଶାଇ ୟୁଟ୍ୟୁବରୁ ଇସ୍ତଫା ଦେଇଛନ୍ତି । ୯ ବର୍ଷ ହେବ ୟୁଟ୍ୟୁବର ସିଇଓ ଭାବେ କାମ କରିଛନ୍ତି ଓ୍ଵଜସିକି।

ଏବେ ନୀଲ ୟୁଟ୍ୟୁବର ଚିଫ ପ୍ରଡକ୍ଟ ଅଫିସର ଅଛନ୍ତି । ୨୦୧୫ରୁ ସେ ଏଠାରେ କାମ କରୁଛନ୍ତି । ଅର୍ନ୍ତଜାତୀୟ ସ୍ତରରେ ଆଇଟି କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭନଙ୍କ ଦବାଦବା ବଢିବାରେ ଲାଗିଛି। ଏଥିରେ ଏବେ ସାମିଲ ହୋଇଛନ୍ତି ନୀଲ୍‌ । ନୀଲ ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରୁ ପାଠ ପଢିଛନ୍ତି । ୟୁଟ୍ୟୁବ ପୂର୍ବରୁ ସେ ଗୁଗୁଲରେ ଡିସପ୍ଲେ ଓ ଭିଡିଓ ଆଡସ୍‌ର ବରିଷ୍ଠ ଉପାଧ୍ୟକ୍ଷ ଥିଲେ । ଏହା ସହ ସେ ବହୁ କମ୍ପାନୀରେ ବୋର୍ଡ ଅଫ ଡାଇରେକ୍ଟରରେ ମଧ୍ୟ ସାମିଲ ଅଛନ୍ତି । ଆସେଞ୍ଜରରେ ସିନିୟର ଆନାଲିଷ୍ଟ ଭାବେ କାମ କରିଛନ୍ତି ।

ଇସ୍ତଫା ଦେଇଥିବା ସୁସାନଙ୍କୁ ୨୦୧୪ରେ ୟୁଟ୍ୟୁବ୍ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା । ସେହି ପଦରେ ଦୀର୍ଘଦିନ ପର୍ଯ୍ୟନ୍ତ କାମ କରିବା ପରେ ଏବେ ସେ ପରିବାର, ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପ୍ରକଳ୍ପ ଉପରେ କାମ କରିବାକୁ ଚାହୁଥିବାରୁ ଇସ୍ତଫା ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.