Below header

ସୋର ତେଣ୍ଟେଇ ଗାଁରେ ଦୁଇ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା : ଆସିଲା ବ୍ୟବଚ୍ଛେଦ ରିପୋର୍ଟ !

ବାଲେଶ୍ୱର : ସୋର ତେଣ୍ଟେଇ ଗାଁରେ ଦୁଇ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ବିଷକ୍ରିୟା ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ହେମନ୍ତ ରାଉଳ ଏନେଇ ସୂଚନା ଦେଇଛନ୍ତି । ଶନିବାର ଦିନ ରାତିରେ ଶୋଇଥିବା ବେଳେ ଦୁଇ ଜଣଙ୍କ ଦଶମ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଜଣ ହେଉଛନ୍ତି ବିରିପଦା ଗାଁର ମାୟାଧର ଦାସଙ୍କ ଝିଅ ପ୍ରିୟଙ୍କା ଦାସ ଓ ତେଣ୍ଟେଇ ଗାଁର ବୀରେନ୍ଦ୍ର ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦାସ ।

ଦୁହେଁ ତେଣ୍ଟେଇ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଟିଉସନ୍ରୁ ଫେରି ସାଙ୍ଗ ହୋଇ ଲକ୍ଷ୍ମୀପ୍ରିୟାଙ୍କ ଘରେ ଶୋଇଥିଲେ । ହେଲେ ସକାଳୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ମୃତ ପ୍ରିୟଙ୍କାଙ୍କ ବାପା-ମାଆ ସୋର ଥାନାରେ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.