ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ରୋଡ୍ ଶୋ’ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଚୀନ ଫୁଜିୟାନର ଏକ ଶିଳ୍ପ ପ୍ରତିନିଧି ଦଳ

ଭୁବନେଶ୍ବର (କେ ନ୍ୟୁଜ୍) : ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ରୋଡ୍ ଶୋ’ । ଅଗଷ୍ଟ ଶେଷ ସୁଦ୍ଧା ଚୀନ୍ ଗସ୍ତରେ ଯିବ ଓଡ଼ିଶା ଟିମ୍ । ଶିଳ୍ପମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଚୀନ ଯିବ । କେଉଁ କ୍ଷେତ୍ରରେ ନିବେଶ କରାଯିବ, ସେନେଇ ଏଥିରେ ଆଲୋଚନା ହେବ । ଏନେଇ ଆଜି ଚୀନ ଫୁଜିୟାନର ଏକ ଶିଳ୍ପ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଓଡ଼ିଶାରେ ପୁଞ୍ଜିନିବେଶ କରିବା ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଚୀନରେ ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ’ହେବା ନେଇ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି । ଆସନ୍ତା ନଭେମ୍ବରରେ ୧୧ରୁ ୧୫ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.