Below header

ପ୍ରଥମ ଡେଟରେ ଯାଉଛନ୍ତି କି ? ପଚାରନ୍ତୁ ନାହିଁ ଏହି ୪ଟି ପ୍ରଶ୍ନ

କାହା ସହିତ ଡେଟରେ ଯିବା ସର୍ବଦା ଖାସ୍ ହୋଇଥାଏ ଆଉ ଯଦି ଏହା ପ୍ରଥମଥର ପାଇଁ ହୋଇଥାଏ ତେବେ ଏହାର ଖୁସି ଦୁଇଗୁଣ ଲାଗିଥାଏ । ପ୍ରଥମ ଡେଟକୁ ନେଇ ଯେଉଁଠି ପୁଅ ଏବଂ ଝିଅ ଉଭୟ ଉତ୍ସାହିତ ହୋଇଥାନ୍ତି ସେହି ଠାରେ ଡେଟରେ ଏପରି କିଛି କଥା ହୋଇଥାଏ ଯାହାକୁ ନଜର୍ ରଖିବା ଜରୁରୀ । ଯଦି ଆପଣ ପ୍ରଥମଥର ପାଇଁ କାହା ସହିତ ଡେଟରେ ଯାଉଛନ୍ତି ତେବେ ଭୁଲରେବି ପଚାରନ୍ତୁ ନାହିଁ ଏହି ସବୁ ପ୍ରଶ୍ନ ।

• ମୁଁ କେମିତି ଦେଖାଯାଉଛି : ଯଦି ପ୍ରଥମଥର ଆପଣ କାହା ସହିତ ଡେଟରେ ଯାଉଛନ୍ତି ତେବେ ଭୁଲରେବି ଏହା ପଚାରନ୍ତୁ ନାହିଁ । ଏହି ପ୍ରଶ୍ନ ଆପଣଙ୍କର ସେହି ବ୍ୟକ୍ତିଙ୍କୁ ଅଜବ ଲାଗିପାରେ ଏହା ସହ ଆପଣଙ୍କ ସହିତ ଆସିଥିବା ବ୍ୟକ୍ତିଙ୍କର ଆପଣଙ୍କ ପ୍ରତି ଆଗ୍ରହ କମି ଯିବାର ଭୟ ମଧ୍ୟ ଥାଏ ।

• କେତେ ଟଙ୍କା ରୋଜଗାର କରୁଛ : ପ୍ରଥମ ଡେଟରେ ଭୁଲରେବି ପଇସା ସହିତ ଜଡିତ, କୌଣସିବି ପ୍ରଶ୍ନ ପଚାରନ୍ତୁ ନାହିଁ । ସତକଥା ହେଉଛି, ଆପଣଙ୍କର ଏହି ପ୍ରଶ୍ନ ତାଙ୍କ ମନରେ ଏପରି ଭାବନା ଆଣିଥାଏ କି ଆପଣ ପଇସା ପ୍ରତି ଅଧିକ ମନବଳାଇଛନ୍ତି ଏବଂ ତାଙ୍କ ପ୍ରତି ନୁହେଁ । ଏହା ଦ୍ବାରା ଆପଣଙ୍କର ସଂପର୍କ ଆଗକୁ ଯିବା ବଦଳରେ ସେହିଠାରେ ଶେଷ ହୋଇଯାଇଥାଏ ।

• ଏହି ସଂପର୍କକୁ କେଉଁ ପର୍ୟ୍ୟନ୍ତ ନେବାକୁ ଚାହୁଁଛ : ପ୍ରଥମ ଡେଟରୁ ଆପଣଙ୍କ ସଂପର୍କକୁ ନେଇ ଫିୟୁଚର୍ ପ୍ଲାନିଙ୍ଗ୍ କରିବା ଠାରୁ ଭଲହେବ ଦୁହେଁ ଦୁହିଁଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବା ଉଚିତ୍ । କାହାକୁ ବି ପ୍ରଥମ ଡେଟରେ ଫିୟୁଚର୍ ବାବଦରେ କୌଣସି କଥା ହେବାକୁ ଭଲ ଲାଗି ନଥାଏ ।

• ସିଙ୍ଗିଲ୍ କାହିଁକି ଅଛ : କିଛି ପ୍ରଶ୍ନ ଏମିତି ଥାଏ ଯାହା କାହାରବି ମୁଡକୁ ଖରାପ କରିପାରେ । ଯାହା ଭିତରୁ ଏହି ପ୍ରଶ୍ନ ଏକ ମୁଖ୍ୟତମ । ତେଣୁ ପ୍ରଥମ ଡେଟରେ କେବେବି, ବିତିଥିବା କଥା ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଯେତେ ସମ୍ଭବ ଆପଣଙ୍କ ଡେଟକୁ କଂଫଟେବୁଲ୍ କରାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.