କଳିଙ୍ଗ ଟିଭି ପକ୍ଷରୁ ‘ପ୍ରଗତି ପଥେ ଓଡ଼ିଶା’ କନକ୍ଲେଭ ଆୟୋଜିତ

କଳିଙ୍ଗ ଟିଭି ପକ୍ଷରୁ 'ପ୍ରଗତି ପଥେ ଓଡ଼ିଶା' କନକ୍ଲେଭ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, କଳିଙ୍ଗ ଟିଭି ଉପଦେଷ୍ଟା ଉମାପଦ ବୋଷ, କଟକ ମେୟର ସୁବାସ ସିଂହ, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆଲୋଚନା ଆରମ୍ଭ କରିଥିଲେ।

ଭୁବନେଶ୍ୱର : କଳିଙ୍ଗ ଟିଭି ପକ୍ଷରୁ ‘ପ୍ରଗତି ପଥେ ଓଡ଼ିଶା’ କନକ୍ଲେଭ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, କଳିଙ୍ଗ ଟିଭି ଉପଦେଷ୍ଟା ଉମାପଦ ବୋଷ, କଟକ ମେୟର ସୁବାସ ସିଂହ, କଳିଙ୍ଗ ଟିଭିର ମୁଖ୍ୟ ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆଲୋଚନା ଆରମ୍ଭ କରିଥିଲେ।

ଏ ଅବସରରେ କଳିଙ୍ଗ ଟିଭି ଉପଦେଷ୍ଟା ଉମାପଦ ବୋଷ କହିଥିଲେ, କଳିଙ୍ଗ ଟିଭିର ସ୍ୱତନ୍ତ୍ର ପରିଚୟ ରହିଛି। କଳିଙ୍ଗ ଟିଭି ସବୁବେଳେ ସତ କଥାକୁ ଲୋକ ଲୋଚନକୁ ଆଣିଛି। ଖବରକୁ ଅତିରଞ୍ଜିତ କରି ପରିବେଷଣ କରିବା ଉପରେ କେବେ ବି କଳିଙ୍ଗ ଟିଭି ଗୁରୁତ୍ୱ ଦେଇନାହିଁ ବୋଲି ସେ କହିଥିଲେ।

 

conclave

ସେହିଭଳି କଟକ ମେୟର ସୁବାସ ସିଂହ କହିଥିଲେ, ୪୫-୪୭ ବର୍ଷ ଧରି ଅତି ପାଖରୁ ମୁଁ କଳିଙ୍ଗ ଟିଭି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଦେଖୁଛି। ଶିକ୍ଷା ପ୍ରତି ତାଙ୍କ ଅବଦାନ ସ୍ବର୍ଣ୍ଣ ଅକ୍ଷରରେ ଲିଖିତ ରହିବ। ଆଦିବାସୀ ପିଲାଙ୍କ ପ୍ରତି ତାଙ୍କ ଦାୟିତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ବୋଲି ଶ୍ରୀ ସିଂହ କହିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିକୁ ପ୍ରଶଂସା କରିବା ସହ ଶିକ୍ଷା କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି ହୋଇଥିବା କହିଥିଲେ। ଓଡ଼ିଶା ଶ୍ରମିକ ସ୍କିଲଡ। ଏଥିସହ ରାଜ୍ୟରେ ଇତି ମଧ୍ୟରେ ଅନେକ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି ବୋଲି ସେ କହିଥିଲେ।

ଅନ୍ୟପଟେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଥିଲେ, ଓଡ଼ିଶାର ରାଜନେତା ସବୁଠୁ ଅଧିକ କାର୍ଯ୍ୟକ୍ଷମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂର ଦୃଷ୍ଟି ସମ୍ପନ୍ନ। 5Tର କାର୍ଯ୍ୟକାରିତା ପ୍ରଶଂସାଯୋଗ୍ୟ। ଓଡ଼ିଶା ବର୍ତ୍ତମାନ ଉନ୍ନତି ପଥରେ। ଓଡ଼ିଶାର ରୂପରେଖ ବଦଳୁଛି। ଓଡ଼ିଶାକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି ବୋଲି ସେ କହିଥିଲେ।

conclave

ସେହିପରି ଶିଳ୍ପ ସଚିବ ଶୁଭେନ୍ଦ୍ର କୁମାର ନାୟକ କହିଥିଲେ, ଓଡ଼ିଶା ସରକାର ସବୁବେଳେ ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରି ଆସିଛନ୍ତି। ଏଣୁ କମ୍ପାନୀ ପ୍ରତିଷ୍ଠା କରିବାକୁ ଚାହୁଁଥିବା ପ୍ରତିଷ୍ଠାତାଙ୍କୁ ରାଜ୍ୟ ସରକାର ସବୁ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି। ଏଣୁ ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାରେ ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇ ପାରିଛି।

ଗ୍ରୋଜିପ୍ ପ୍ରତିଷ୍ଠାତା ଆନନ୍ଦ ମିଶ୍ର କହିଥିଲେ, ରାଜ୍ୟ ସରକାର ଷ୍ଟାର୍ଟ ଅପ୍ ପାଇଁ ବହୁତ ସାହାଯ୍ୟ କରୁଛନ୍ତି। ଏବେ ଯୁବ ପିଢ଼ି ଚାକିରି ଅପେକ୍ଷା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଥି ପାଇଁ ରାଜ୍ୟ ସରକାର MSME ମାଧ୍ୟମରେ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ଖାସ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅଧିକ ସହାୟତା ଯୋଗାଯାଉଛି। ଏଣୁ ମହିଳାମାନେ ବି ଘର କୋଣରୁ ବାହାରି ବ୍ୟବସାୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବୋଲି ଶ୍ରୀ  ମିଶ୍ର କହିଥିଲେ।

ଓଡିଶା ସରକାରଙ୍କ ପ୍ରୋତ୍ସାହନ ଯୋଗୁ ଆମେ ଏବେ ଯାଏଁ ଲୋକପ୍ରିୟ ହୋଇ ପାରିଛେ। ପ୍ରତ୍ୟେକ ଉତ୍ପାଦକୁ ଲୋକପ୍ରିୟ କରିବାକୁ ବିଜ୍ଞାପନ ଜରୁରୀ ବୋଲି କହିଥିଲେ ଏଭରଗ୍ରୀନ ଚା’ର ପ୍ରତିଷ୍ଠାତା ପ୍ରବୀଣ ଅଗ୍ରୱାଲ।
conclave

ଡିୱାଇ ଆନାଲିଟିକ୍ସ ଦେବଦତ୍ତ ଦାଶ କହିଥିଲେ, ଶିକ୍ଷାର ବିକଳ୍ପ ନାହିଁ। ଶିକ୍ଷାକୁ ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ଡିୱାଇ ଆନାଲିଟିକ୍ସ ସଂସ୍ଥା ତିଆରି କରିଛି। ଏବେ ଲୋକମାନେ ପଢ଼ାକୁ ଗୁରୁତ୍ୱ ଦେଉଛନ୍ତି, ଏଣୁ ରାଜ୍ୟର ଉନ୍ନତି ହେଉଛି ବୋଲି ସେ କହିଥିଲେ।

ତ୍ରିପଥଗା ଟେକ୍ସଟାଇଲର ପ୍ରତିଷ୍ଠାତା ସେଲିନା ସାମଲ କହିଥିଲେ, ଓଡ଼ିଶାର ଉତ୍ପାଦକୁ ବିଭିନ୍ନ ଫ୍ୟାସନରେ ବ୍ୟବହାର କରିବାକୁ ତ୍ରିପଥଗା ଟେକ୍ସଟାଇଲ ବ୍ରାଣ୍ଡ ତିଆରି କରିଛୁ। ଏବେ ବିଦେଶରେ ସମ୍ବଲପୁରୀ ଶାଢ଼ିର ଚାହିଦା ବଢ଼ିଛି। ମହିଳାଙ୍କୁ ରୋଜଗାର ଦେବାକୁ ସବୁ ପ୍ରକାର ଚେଷ୍ଟା ଜାରି ରଖିଛୁ। ମହିଳାଙ୍କୁ ମୋ କମ୍ପାନୀ ପ୍ରାଥମିକତା ଦେଉଛି ବୋଲି ସେ କହିଥିଲେ।