ମହାରାଷ୍ଟ୍ର: ପ୍ରସାଦ ସେବନ କରି ୩୦୦ରୁ ଅଧିକ ଲୋକ ଅସୁସ୍ଥ, ଖୋଲା ପଡ଼ିଆରେ ଚାଲିଲା ଚିକିତ୍ସା

ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ସେବନ କରି ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଲୋକମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ଅଛନ୍ତି ।

ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ସେବନ କରି ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଲୋକମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ଅଛନ୍ତି । ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଶଯ୍ୟାର ଅଭାବ ପଡ଼ିବାରୁ ଅଧିକାଂଶଙ୍କୁ ହସ୍ପିଟାଲ ବାହାରେ ଖୋଲା ପଡ଼ିଆରେ ଶୁଆଇ ଦିଆଯାଇଛି । ରଶି ବାନ୍ଧି ରୋଗୀମାନଙ୍କୁ ସାଲାଇନ୍‌ ଦିଆଯାଉଛି ।

ଜିଲ୍ଲା କଲେକ୍ଟର କିରଣ ପାଟିଲ କହିଛନ୍ତି ଯେ ମଙ୍ଗଳବାର ରାତିରେ ଲୋନାରର ଏକ ଗାଁରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ରାତି ପ୍ରାୟ ୧୦ଟାରେ ସୋମଥାନା ଏବଂ ଖାପରଖେଡ ଗାଁରୁ ବହୁ ଶ୍ରଦ୍ଧାଳୁ ଏଠାରେ ମନ୍ଦିରକୁ ପ୍ରସାଦ ସେବନ ପାଇଁ ଆସିଥିଲେ । ହେଲେ ପ୍ରସାଦ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ । ଶ୍ରଦ୍ଧାଳୁମାନଙ୍କୁ ବାନ୍ତି ହୋଇଥିଲା ।

ମିଳିଥିବା ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମରେ ୪୦୦ରୁ ୫୦୦ ଲୋକଙ୍କ ମଧ୍ୟରେ ପ୍ରସାଦ ବଣ୍ଟା ଯାଇଥିଲା । ହେଲେ ଅସୁସ୍ଥ ହେବା ପରେ ଅନେକ ଲୋକ ଖାଦ୍ୟ ବିଷାକ୍ତ ଥିବା ନେଇ ଅଭିଯୋଗ କରିଥିଲେ । ଏବେ ପାଖାପାଖି ୩୦୦ ଲୋକଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । କଲେକ୍ଟର କହିଛନ୍ତି ଯେ ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଦିନେ ଦୁଇଦିନ ମଧ୍ୟରେ ଡିସ୍‌ଚାର୍ଜ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.