ଅପହରଣ ମାମଲା: ପୂର୍ବତନ ଡକାୟତ ସୀମା ପରିହାରଙ୍କୁ ୪ ବର୍ଷ ଜେଲ୍, ୩ ସହଯୋଗୀଙ୍କୁ ବି ମିଳିଲା ଦଣ୍ଡ
ଅପହରଣ ଓ ଅର୍ଥ ଦାବି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ଡକାୟତ ସୀମା ପରିହାର ଏବଂ ତାଙ୍କର ତିନି ସହଯୋଗୀଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
![seema](https://knewsodisha.com/wp-content/uploads/2024/02/seema.jpg)
ଅପହରଣ ଓ ଅର୍ଥ ଦାବି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ଡକାୟତ ସୀମା ପରିହାର ଏବଂ ତାଙ୍କର ତିନି ସହଯୋଗୀଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଉତ୍ତର ପ୍ରଦେଶର ଔରାୟା କୋର୍ଟ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି । ଦଣ୍ଡ ଘୋଷଣା ପରେ ଚାରିଜଣଙ୍କୁ କଡ଼ା ପୋଲିସ ଫୋର୍ସ ଉପସ୍ଥିତିରେ ଜେଲ ପଠାଯାଇଛି ।
ଏହି ମାମଲା ୩୦ ବର୍ଷ ପୁରୁଣା । ସେତେବେଳେ ସେଠାରେ ଔରାୟା ଥାନା ଥିଲା ଏବଂ ଜିଲ୍ଲା ଇଟାୱା ଥିଲା । ୧୯୯୪ ମାର୍ଚ୍ଚ ୧୯ରେ ଶ୍ରୀକୃଷ୍ଣ ତ୍ରିପାଠୀ ନିଜ ଭାଇ ପ୍ରମୋଦଙ୍କ ସହ ଗାଁରେ ଏକ ନଳକୂପ ପାଖରେ ଶୋଇଥିଲେ । ସେହି ସମୟରେ ଲାଲାରାମ ଗ୍ୟାଙ୍ଗ ଦ୍ୱାରା ପ୍ରମୋଦଙ୍କୁ ଅପହରଣ କରାଯାଇଥିଲା ।
ଏ ନେଇ ଶ୍ରୀକୃଷ୍ଣ ତ୍ରିପାଠୀ ସୀମା ପରିହାରଙ୍କ ସମେତ ୯ ଜଣଙ୍କ ବିରୋଧରେ ଔରାୟା ଥାନାରେ ମାମଲା ଦାୟର କରିଥିଲେ । ତ୍ରିପାଠୀଙ୍କ ଅଭିଯୋଗ ମୁତାବକ, ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର ଡକାୟତ ତାଙ୍କ ଭାଇଙ୍କୁ ଅପହରଣ କରି ନେଇଥିଲେ । ଏଥିରେ ଲାଲାରାମଙ୍କ ସହ ସୀମା ପରିହାରଙ୍କ ନାମ ମଧ୍ୟ ସାମିଲ ଥିଲା ।
ପରେ ଲାଲାରାମଙ୍କୁ ଏନକାଉଣ୍ଟର କରାଯାଇଥିଲା ଏବଂ ସୀମା ପରିହାର ଆତ୍ମସମର୍ପଣ କରିଥିଲେ । ମାମଲା ପ୍ରଥମେ ଇଟାୱା ଜିଲ୍ଲା ଥିବାରୁ ସେଠାରେ ଚାଲିଥିଲା, କିନ୍ତୁ ପରେ ଔରାୟା ଜିଲ୍ଲା ଗଠନ ହେବା ପରେ ଏହା ଟ୍ରାନ୍ସଫର ହୋଇଥିଲା । ଦୀର୍ଘ ଦିନ ଧରି ଚାଲିଥିବା ଏହି ମାମଲାରେ ଏ ପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇ ସାରିଲାଣି ।