ଠାର ସାହାଯ୍ୟରେ ମନ ଦିଆନିଆ, ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ

କଥାରେ ଅଛି ଖନି ବୁଝେ ଖନାର ଠାର । ତା ଠାର ଅନ୍ୟ କିଏ ବୁଝଇ । ମନ ଦେଲି ତତେ ଏକଥା ମୁଁ ଶଦ୍ଦରେ ପ୍ରକାଶ କରିପାରୁନି ସତ । କିନ୍ତୁ ତମେ ବୁଝିଯାଅ ଯେ ମୁଁ ତମକୁ ଭଲପାଏ କେତେ । ହଁ ଆଜ୍ଞା, କାନକୁ ଶୁଭୁନାହିଁ କି କଥା କହିପାରନ୍ତି ନାହିଁ ତଥାପି ଠାର ସାହାଯ୍ୟରେ ହୃଦୟ ଦେଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଦୁଇ ଉଚ୍ଚଶିକ୍ଷିତ ଦିବ୍ୟାଙ୍ଗ l

କଥାରେ ଅଛି ଖନି ବୁଝେ ଖନାର ଠାର । ତା ଠାର ଅନ୍ୟ କିଏ ବୁଝଇ । ମନ ଦେଲି ତତେ ଏକଥା ମୁଁ ଶଦ୍ଦରେ ପ୍ରକାଶ କରିପାରୁନି ସତ । କିନ୍ତୁ ତମେ ବୁଝିଯାଅ ଯେ ମୁଁ ତମକୁ ଭଲପାଏ କେତେ । ହଁ ଆଜ୍ଞା, କାନକୁ ଶୁଭୁନାହିଁ କି କଥା କହିପାରନ୍ତି ନାହିଁ ତଥାପି ଠାର ସାହାଯ୍ୟରେ ହୃଦୟ ଦେଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଦୁଇ ଉଚ୍ଚଶିକ୍ଷିତ ଦିବ୍ୟାଙ୍ଗ l

ପ୍ରେମ ଏମିତି ଏକ ବନ୍ଧନ ଯେଉଠି ନା ଭାଷାର ଆବଶ୍ୟକତା ରହିଛି ନା ଦୂରତ୍ୱ ସାଜିପାରିଛି ବାଧକ l କେବଳ ଠାର ସାହାଯ୍ୟରେ ମନ ଦିଆନିଆ ହୋଇ ପାଞ୍ଚ ସହ କିଲୋମିଟର ଦୂରରେ ରହିଥିବା ପ୍ରେମିକା ସହ ସାତ ଜନ୍ମପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦିବ୍ୟାଙ୍ଗ l ଆଉ ସାଧାରଣ ବ୍ୟକ୍ତିଙ୍କ ଭଳି ବିବାହ ଉତ୍ସବ ଧୁମ ଧାମରେ ଆୟୋଜନ କରିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଦୁଆରସାହିର କମଳଲୋଚନ ନାହାକ ଓ ଜଗତସିଂହପୁର ଜିଲ୍ଲା ଗୋପୀନାଥପୁର ଅଞ୍ଚଳର ଦିବ୍ୟାଙ୍ଗ କଳ୍ପନା ବେହେରାଙ୍କ ପରିବାର l ପୁଅ ଦିବ୍ୟାଙ୍ଗ ହୋଇଥିବାରୁ କେବେ ବାହାଘର କରିପାରିବେ ବୋଲି ସ୍ବପନରେ ବି ଭାବିନଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଦୁଆରସାହିର ଦିବ୍ୟାଙ୍ଗ କମଳଲୋଚନ ଦାସଙ୍କ ବାପା ମା ପୁଅର ବାହାଘରକୁ ଦେଖି ବେଶ ଖୁସି ହୋଇଛନ୍ତି l ଉଭୟଙ୍କୁ ପିଲା ଦିନରୁ ହିଁ କାନ କୁ ଶୁଭେ ନାହିଁ କି କଥା କହି ପାରନ୍ତି ନାହିଁ l ଉଭୟ ଦିବ୍ୟାଙ୍ଗ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାର ନମାନି ପାଠ ପଢ଼ା ପ୍ରତି ମନ ଦେଇଥିଲେ l ଏବଂ ଉଭୟ ଗୋଟିଏ ସ୍ଥାନରେ ପାଠ ପଢା ପଡିବା ସମୟରୁ ଭଲ ପାଇ ବସିଥିବା ବେଳେ ଠାର ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଜାତି ଭିନ୍ନ ଓ ମୁକ ବଧିର ହୋଇଥିଲେ ମଧ୍ୟ ଏବେ ଉଭୟେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ମୁକ ବଧିର ମଣିଷଟିଏ ସବୁବେଳେ ସମାଜରେ ଅବହେଳିତ ଓ ଘୃଣାର ପାତ୍ର ହେଉଥିବା ଦେଖିବାକୁ ମିଳିଥାଏ । ହେଲେ କିନ୍ତୁ କମଳ ଲୋଚନ ଓ କଳ୍ପନା ଦୁହେଁ ଦିବ୍ୟାଙ୍ଗ ହୋଇ ମଧ୍ୟ ପିଲାଟି ଦିନୁ କଠିନ ପରିଶ୍ରମ କରି ଆଜି ବେଙ୍ଗଲୋରର ଏକ ଘରୋଇ କମ୍ପାନୀରେ କାମକରି ସମାଜ ଆଗରେ ପ୍ରତିଷ୍ଠିତ ହେବା ସହ ଅନ୍ୟପାଇଁ ସାଜିଛନ୍ତି ଉଦାହରଣ l ତେଣୁ ଦିବ୍ୟାଙ୍ଗ ପିଲା ମାନଙ୍କୁ ନେଇ କୌଣସି ବାପା ମା ଦୁଃଖ ପ୍ରକାଶ ନକରି ସେମାନଙ୍କୁ ପାଠ ପଢାଇ ଶିକ୍ଷିତ କରିବାକୁ ଅନୁରୋଧ କରିଛନ୍ତି କମଳଲୋଚନ ଙ୍କ ମା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.