Below header

ବହୁ ବର୍ଷ ପରେ ଭାରତରେ ହେଉଛି ୭୧ତମ ମିସ୍‌ ଓ୍ଵାର୍ଲ୍ଡ ପ୍ରତିଯୋଗିତା, ଦିଲ୍ଲୀରେ ପହଞ୍ଚିଲେ ୧୨୦ ପ୍ରତିଯୋଗୀ

୭୧ତମ ମିସ୍ ୱାର୍ଲ୍ଡ ଫିନାଲେ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଚଳିତ ବର୍ଷ ଭାରତରେ ଏହି ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରାଯାଇଛି ।

୭୧ତମ ମିସ୍ ୱାର୍ଲ୍ଡ ଫିନାଲେ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଚଳିତ ବର୍ଷ ଭାରତରେ ଏହି ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସାରା ବିଶ୍ୱରୁ ୧୨୦ ପ୍ରତିଯୋଗୀ ମିସ୍ ୱାର୍ଲ୍ଡରେ ଭାଗ ନେବା ପାଇଁ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି । ମାର୍ଚ୍ଚ ୯ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଏହି ମେଗା ଇଭେଣ୍ଟ ଆୟୋଜିତ ହେବ । ସମସ୍ତ ୧୨୦ ପ୍ରତିଯୋଗୀ ପରସ୍ପରକୁ ଟକ୍କର ଦେବାର ନଜର ଆସିବେ ।

ବର୍ତ୍ତମାନ ଏହି ପ୍ରତିଯୋଗୀମାନେ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବେ । ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନର ଚେୟାରମ୍ୟାନ୍ ତଥା ସିଇଓ ଜୁଲିଆ ମୋର୍ଲେ ସିବିଇଙ୍କ ସହ ସମସ୍ତ ଅଂଶଗ୍ରହଣକାରୀ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥର ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍‌ର ଥିମ୍‌ ରହିଛି ‘ବ୍ୟୁଟି ଓ୍ଵିଥ୍‌ ଏ ପରପୋଜ୍‌’ ।

ତେବେ ଏହି ପ୍ରତିଯୋଗିତାରେ ସିନି ସେଟ୍ଟି ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ ତାଙ୍କୁ ବନାରସୀ ଶାଢିରେ ଦେଖିବାକୁ ମିଳୁଛି । ସିନି ପୂର୍ବରୁ ମିସ୍ ଇଣ୍ଡିଆ ଟାଇଟଲ୍ ଜିତି ସାରିଛନ୍ତି । କହି ରଖୁଛୁ, ୨୦୨୩ ଜୁନ୍‌ ୮ରେ ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଘୋଷଣା କରିଥିଲା ଯେ ଏହି ପ୍ରତିଯୋଗିତା ୟୁଏଇ ପରିବର୍ତ୍ତେ ଭାରତରେ ଆୟୋଜିତ ହେବ । ୧୯୯୬ ପରଠାରୁ ଦେଶ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.