ରାଜ୍ୟରେ ପ୍ରାକ୍‌ ବଜେଟ୍‌ ନେଇ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ: ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥନୀତି ବିଶାରଦ ଉପସ୍ଥିତ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ପ୍ରାକ୍‌ ବଜେଟ୍‌ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ ଓ ଅର୍ଥନୀତି ବିଶାରଦମାନେ ଉପସ୍ଥିତ ଅଛନ୍ତି । ବଜେଟ୍‌ ନେଇ ଲୋକଙ୍କ ମତାମତ ସଂଗ୍ରହ କରିଛି ଅର୍ଥ ବିଭାଗ । ଅନ୍‌ ଲାଇନ୍‌ ମାଧ୍ୟମରେ ୩ ହଜାରରୁ ଅଧିକ ଜନସାଧାରଣ ସେମାନଙ୍କ ମତାମତ ଅର୍ଥ ବିଭାଗକୁ ପଠାଇଛନ୍ତି । ଏନେଇ ଅର୍ଥ ବିଭାଗ ଅଧିକାରୀମାନେ ଏହା ଉପରେ ତର୍ଜମା କରୁଛନ୍ତି । ଜୁନ୍‌ ୨୮ ତାରିଖରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍‌ । ଗତଥର ବଜେଟ୍‌ ର ଆକାର ୧ ଲକ୍ଷ ୩୨ ହଜାର କୋଟି ଟଙ୍କା ଥିଲା । ତେବେ ଚଳିତ ଥର ଏହା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । କେନ୍ଦ୍ର ସରକାରଙ୍କ ବଜେଟ୍‌ ପୂର୍ବରୁ ରାଜ୍ୟ ସରକାର ବଜେଟ୍‌ ଉପସ୍ଥାପନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.