ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ସାଇବର ଥାନା, ସରକାରଙ୍କୁ ପ୍ରସ୍ତାବ ଦେଇଛି ଓଡ଼ିଶା ପୋଲିସ

କେନ୍ୟୁଜ୍: ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ସାଇବର ଥାନା । ଭୁବନେଶ୍ୱର, କୋରାପୁଟ ଓ ବାଲେଶ୍ୱରରେ ସାଇବର ଥାନା ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ଓଡ଼ିଶା ପୋଲିସ । ପୂର୍ବରୁ କଟକ ସମେତ ରାଜ୍ୟରେ ୪ଟି ସାଇବର ଥାନା ରହିଛି । ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବାରୁ ନୂଆ ଥାନାର ଆବଶ୍ୟକତା ଥିବା କହିଛନ୍ତି ପୋଲିସ ଡିଜି ଆର.ପି ଶର୍ମା । ଏଥିପାଇଁ ରାଜ୍ୟର ବଛାବଛା ପୋଲିସ ଅଫିସରଙ୍କୁ ଦିଆଯାଉଛି ଟ୍ରେନିଂ । ଚାରି ଦିନ ଧିର ଆୟୋଜିତ ହେବ କର୍ମଶାଳା ।

Leave A Reply

Your email address will not be published.