ମୟୂରଭଞ୍ଜ: ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ମୟୂରଭଞ୍ଜ(କେନ୍ୟୁଜ୍) : ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ । ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜ ଡାଙ୍କରବିଲା ଗାଁରେ ଘଟିଛି ଘଟଣା । ହାତୀ ଆକ୍ରମଣରେ ହରିଆ ସରେନ ନାମକ ବୃଦ୍ଧଙ୍କ ଜୀବନ ଯାଇଛି । ଗତକାଲି ରାତିରେ ଝାରଖଣ୍ଡ ଦଲମା ଜଙ୍ଗଲରୁ ୧୨ରୁ ଅଧିକ ହାତୀ ପଶ୍ଚିମବଙ୍ଗ ଦେଇ ରାସଗୋବିନ୍ଦପୁର ରେଞ୍ଜରେ ପ୍ରବେଶ କରିଥିଲେ । ଆଜି ସକାଳୁ ଡାଙ୍ଗରବିଲା ଗାଁ ଦେଇ ହାତୀପଲ ଯାଉଥିବା ବେଳେ ସେମାନଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ବୃଦ୍ଧ । ସେଠାରେ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.