ରାଜଧାନୀରେ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତଙ୍କ ଗିରଫ ଦାବିରେ ଆନିମଲ୍‌ ୱେଲଫେୟାର ଟିମ୍‌ ଅଫ ଏକାମ୍ର ପକ୍ଷରୁ ନିରବ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀରେ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବି କରିଛି ଆନିମଲ୍‌ ୱେଲଫେୟାର ଟିମ୍‌ ଅଫ ଏକାମ୍ର । ଏନେଇ ଆନିମଲ୍‌ ୱେଲଫେୟାର ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି । କୁକୁରକୁ ଆକ୍ରମଣ କରାଯାଇଥିବାରୁ ସାମନ୍ତରାୟପୁର ଗେଟ୍‌ ଛକ ନିକଟରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅନୁଭା ପ୍ରମୁଖ ଯୋଗ ଦେଇଥିଲେ ।

justiceଏଭଳି ଅମାନବୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଭୁବନେଶ୍ୱରରେ ଗର୍ଭବତୀ କୁକୁରକୁ ପିଟିପିଟି ସାଂଘାତିକ କରିଦେଇଥିଲେ, ଶେଷରେ ATWA ସଂସ୍ଥା କୁକୁରକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆହତ ହୋଇଥିବା କୁକୁରଟି ଶେଷରେ ଦୁଇଟି ଶିଶୁକୁ ଜନ୍ମ ଦେଇ ମୃତ୍ୟୁବରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.