Below header

ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ରାଜସ୍ଥାନରୁ ଉଦ୍ଧାର , ଏବେ ଅଛନ୍ତି ଗର୍ଭବତୀ

ସୁନ୍ଦରଗଡ଼(କେନ୍ୟୁଜ୍) : ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ରାଜସ୍ଥାନରୁ ଉଦ୍ଧାର । ଏବେ ନାବାଳିକା ଜଣକ ଗର୍ଭବତୀ ଅଛନ୍ତି । ୨୦୧୭ ଡିସେମ୍ବରରୁ ନାବାଳିକା ଜଣକ ରାଉରକେଲାରୁ ନିଖୋଜ ହୋଇଯାଇଥିଲେ । ମାଆଙ୍କ ମୃତ୍ୟୁ ପରେ ବାପା-ଝିଅ ଘରେ ରହୁଥିଲେ । ତେବେ ବାପା ଝିଅକୁ ଛାଡି କାମକୁ ଯାଇଥିବାବେଳେ ସମ୍ପର୍କୀୟମାନେ ରାଜସ୍ଥାନର କିଶନ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ନାବାଳିକାଙ୍କ ବାପା ରାଉରକେଲା ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର ଶିଶୁ ମଙ୍ଗଳ ବିଭାଗକୁ ଜଣାଇଥିଲେ ମଧ୍ଯ ଝିଅ ଉଦ୍ଧାର ହୋଇପାରନିଥିଲା । ଏହାପରେ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଘଟଣାରେ ହସ୍ତକ୍ଷେପ କରିଥିଲେ । ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ପରେ ରାଜସ୍ଥାନର ଝୁନଝୁନ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ଘରୁ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.