Below header

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା , ବଲାଙ୍ଗିର ଜେଲରେ ପହଞ୍ଚିଲେ ପୁଞ୍ଜିଲାଲ ମେହେର

ବଲାଙ୍ଗିର(କେନ୍ୟୁଜ୍) : ବଲାଙ୍ଗିର ଜେଲରେ ପହଞ୍ଚିଲେ ପୁଞ୍ଜିଲାଲ ମେହେର। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପାଟଣାଗଡ଼ ଜେଲ୍‌ରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କୁ ସ୍ଥାନାନ୍ତର ନେଇ ନିର୍ଦ୍ଦେଶ ଦେଇଥିଲେ ପାଟଣାଗଡ଼ ଏଡିଜେ କୋର୍ଟ। ଜେଲ୍‌ ଅଧିକାରୀ ଓ କର୍ମଚାରୀ ତାଙ୍କୁ ନିର‌୍ୟାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ପୁଞ୍ଜିଲାଲ। ସେହିପରି ନିକଟରେ ଜେଲରୁ ଚମ୍ପଟ ମାରିବା ପାଇଁ ପୁଞ୍ଜିଲାଲ ଉଦ୍ୟମ କରୁଥିବା ଜଣା ପଡ଼ିଥିଲା। ଏହାପରେ ତାଙ୍କୁ ପାଟଣାଗଡ଼ ଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଜେଲ୍‌ରେ ସୁଶାନ୍ତ ଧଳସାମନ୍ତଙ୍କ ପରି ବହୁ ଦୁର୍ଦ୍ଦାନ୍ତ ଅପରାଧୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.