୧୫୯ ରନ୍‌ କଲେ ଦ୍ୱିତୀୟ ଟି-୨୦ ଜିତିବ ଭାରତ

ଅକ୍‌ଲାଣ୍ଡ : ସିରିଜ୍‌କୁ ଫେରିବାର ଶେଷ ସୁଯୋଗ ଥିବା ମ୍ୟାଚ୍‌ରେ ଜିତିବା ଲାଗି ଭାରତକୁ କରିବାକୁ ହେବ ୧୫୯ ରନ୍‌ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୮ ଓ୍ଵିକେଟ୍‌ ହରାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୫୮ ରନ୍‌ କରିଛି ।
ମାତ୍ର ୧୫ ରନ୍‌ରୁ ଘରୋଇ ଦଳ ଓ୍ଵିକେଟ୍‌ ହରାଇବା ଆରମ୍ଭ କରିଥିଲେ ମଧ୍ୟ ରନ୍‌ ସଂଗ୍ରହ ହାର କମି ନଥିଲା । ତେବେ ମଧ୍ୟଭାଗରେ ରଜ୍‌ ଟେଲର୍‌ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଭାରତୀୟ ବୋଲର୍‌ଙ୍କୁ ଜୋରଦାର ଆକ୍ରମଣ କରି ରନ୍‌ ସଂଗ୍ରହର ବେଗକୁ ଆହୁରି ବଢ଼ାଇ ଦେଇଥିଲେ । ତେବେ ୨୮ ବଲ୍‌ରୁ ଠିକ୍‌ ୫୦ ରନ୍‌ (୧ ଚୌକା, ୪ ଛକା) କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉଟ୍‌ କରିଥିଲେ । ଟେଲର ୪୨ ରନ୍‌ କରି ରନ୍‌ ଆଉଟ୍‌ ହୋଇ ଯାଇଥିଲେ । (୩୬ ବଲ୍‌, ୩ ଚୌକା) ।
ଭାରତୀୟ ବୋଲରଙ୍କ ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ଚମତ୍କାର ବୋଲିଂ କରି ୪ ଓଭର୍‌ରେ ମାତ୍ର ୨୩ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଥିଲେ । ସେ ମ୍ୟାଚ୍‌ର ଷଷ୍ଠ ଓଭରରେ କଲିନ୍‌ ମନରୋ ଓ ଡାରିଲ ମିଚେଲଙ୍କ ଓ୍ଵିକେଟ୍‌ ଦଖଲ କରିଥିଲେ । ଶେଷ ଓଭରରେ ଖଲିଲ ଅହମଦ ୨ଟି ଓ୍ଵିକେଟ୍‌ ନେବା ଫଳରେ ନ୍ୟୁଜିଲାଣ୍ଡ ୧୫୮ ରନ୍‌ କରି ପାରିଥିଲା ।
ଭାରତୀୟ ମହିଳା ଦଳ ତ ଭଲ ଲଢ଼େଇ କରି ଶେଷ ବଲ୍‌ରେ ପରାସ୍ତ ହୋଇଛି । ଏବେ ଦେଖିବାର କଥା ପୁରୁଷ ଦଳ କଣ କରୁଛି ।

STADIUM-1

ସ୍କୋର : ନ୍ୟୁଜିଲାଣ୍ଡ-୧୫୮/୮, ୨୦ ଓଭର (ଟିମ୍‌ ସିଫର୍ଟ ୧୨, କଲିନ୍‌ ମନରୋ ୧୨, କେନ୍‌ ଓ୍ଵିଲିୟମସନ୍‌ ୨୦, ଡାରିଲ ମିଚେଲ ୧, ରଜ୍‌ ଟେଲର ୪୨, କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୫୦, ମିଚେଲ ସାଣ୍ଟନର ୭, କୁଗଲିଏନ୍‌ ଅପରାଜିତ ୨, ଟିମ୍‌ ସାଉଦି ୩ । କ୍ରୁନାଲ ପାଣ୍ଡ୍ୟା ୩/୨୮, ଖଲିଲ ଅହମଦ ୨/୨୭) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.