Below header

ବଡ଼ଦିନ ପାଇଁ ବଡ଼ ପ୍ରସ୍ତୁତି, ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜ୍ୟର ବିଭିନ୍ନ ଚର୍ଚ୍ଚ

ଭୁବନେଶ୍ବର : ବଡ଼ଦିନ ପାଇଁ ବଡ଼ ପ୍ରସ୍ତୁତି । ଜମି ଆସିଲାଣି ଖ୍ରୀଷ୍ଟମାସ୍‌ ମାହୋଲ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜ୍ୟର ବିଭିନ୍ନ ଚର୍ଚ୍ଚ । ଜୋରସୋରରେ ଚାଲିଛି ସାଜସଜ୍ଜା । କେହି କେହି ଗୀତ ନାଚ ପାଇଁ ବି ପ୍ରସ୍ତୁତି ଚଳାଇଛନ୍ତି । ପ୍ରଭୁ ଯୀଶୁଙ୍କ ଜନ୍ମୋତ୍ସବ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ସମସ୍ତେ । ସାନ୍ତା କ୍ଲଜ୍‌, ସାନ୍ତା କ୍ଲଜ୍‌ ଟୋପି, ଖ୍ରୀଷ୍ଟମାସ ଟ୍ରି ଓ କେକ୍‌ ଦୋକାନରେ ଜମୁଛି ଲୋକଙ୍କ ଭିଡ଼ ।

ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଘରେ ଘରେ ବି ଉତ୍ସବର ମାହୋଲ । ପିଠା ମିଠା ସହ ରୋଜ୍‌ କେକ୍‌ ପ୍ରସ୍ତୁତ କରାଯାଉଛି । ବନ୍ଧୁବାନ୍ଧବ ବି ଆସିଲେଣି । ସମୂହ ପ୍ରାର୍ଥନା ପାଇଁ ଚର୍ଚ୍ଚଗୁଡ଼ିକରେ ବି ବ୍ୟାପକ ବ୍ୟବସ୍ଥା କରାଯାଉଛି ।

ବଡ଼ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା । ସମସ୍ତ ଚର୍ଚ୍ଚରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ନୃତ୍ୟଗୀତର ପ୍ରସ୍ତୁତି ଚଳାଇଛନ୍ତି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି । ଶାନ୍ତିଶୃଙ୍ଖଳାରେ ବଡ଼ଦିନ ପାଳନ କରିବାକୁ ନିବେଦନ କରିଛି ପୋଲିସ ।  ବଡ଼ଦିନ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ପ୍ରଭୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.