ସାବଧାନ ଟିମ୍ ଇଣ୍ଡିଆ ! ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ରେ ୭ ବର୍ଷର ସ୍ପିନର୍, ଟାର୍ଗେଟ୍ରେ ବିରାଟ କୋହଲି

ବୟସ ମାତ୍ର ୭ ବର୍ଷ । ଭାରତ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟ ପାଇଁ ତାଙ୍କୁ ଚୂଡ଼ାନ୍ତ ଟିମରେ ସାମିଲ କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଲେଗ୍ ସ୍ପିନର ଭାବରେ ତାଙ୍କୁ ସ୍ଥାନ ମିଳିଛି । ଆଡିଲେଡ୍ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ସହ ଆର୍ଚି ଚିଲର୍ ପ୍ରାକ୍ଟିସ କରିଥିଲେ । ସେବେଠାରୁ ନିଷ୍ପତ୍ତି ହୋଇଥିଲା ତୃତୀୟ ଟେଷ୍ଟରେ ମୈଦାନାକୁ ଓହ୍ଲାଇବେ ଏହି କୁନି କ୍ରିକେଟର । ଅଷ୍ଟ୍ରେଲିଆ କ୍ୟାପଟେନ୍ ଟିମ୍ ପେନ୍ ହିଁ ଏହି ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ବିପକ୍ଷ ସିରିଜ ବେଳେ ଗତ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ଟିମ୍ରେ ଆର୍ଚିଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । କୋଚ୍ ଜଷ୍ଟିନ ଲାଙ୍ଗର ତାଙ୍କୁ ଫୋନ୍ କରି ଜଣାଇଥିଲେ । କିନ୍ତୁ ଆର୍ଚି କହିଥିଲେ, ବିରାଟ କୋହଲି ତାଙ୍କର ଟାର୍ଗେଟ । କୋହଲିଙ୍କୁ ସେ ଆଉଟ୍ କରିବେ । ଏହାସହ ଅଷ୍ଟ୍ରେଲିଆ ଟିମ୍ର ଅଧିନାୟକ ଦାୟିତ୍ୱ ତୁଲାଇବାକୁ ବି ଇଚ୍ଛା ପ୍ରକାଶ କରିଥିଲେ ଆର୍ଚି । ଏଥିପାଇଁ ତାଙ୍କୁ ଭାରତ ବିପକ୍ଷ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଛି । ଏବେ ଏହି ଖବର ପଢି ଆପଣ ଆଶ୍ଚର୍ଯ୍ଯ ହେଉଥିବେ ।
ହେଲେ ଏହା ପଛର କାରଣ ଜାଣିଲେ ଯେକାହାର ପାଟିରୁ ଆହା ପଦେ ବାହାରି ଆସିବ ନିହାତି । କାରଣ ଆର୍ଚିଙ୍କ ଜୀବନ କାହାଣୀ ଶୁଣିଲେ ଆଖି ଭିଜି ଯିବ । ଆଡିଲେଡ ବାସିନ୍ଦା କ୍ରିକେଟ ପ୍ରେମୀ ଆର୍ଚିର ମାତ୍ର ୭ବର୍ଷ ବୟସରେ ୧୩ ଥର ଅପରେସନ୍ ହେଲାଣି । ଥରେ ଓପନ୍ ହାର୍ଟ ସର୍ଜରୀ ବି ହୋଇଛି । ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୩ ମାସ । କିନ୍ତୁ ଏହି କୁନି ପିଲାର ସ୍ୱପ୍ନ ଅସୁମାରୀ । କେମିତି କ୍ରିକେଟର ହେବେ, ସେ ସ୍ୱପ୍ନ ଦେଖୁଛନ୍ତି । ଆର୍ଚିର ଆଶା ପୂରଣ କରିବା ଓ ତା ମୁହଁରେ ଟିକିଏ ହସ ଫୁଟାଇବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଟିମରେ ସ୍ଥାନ ଦେଇଛି । ଜୀବନର କଠିନ ସମୟ ଦେଇ ଗତି କରୁଛନ୍ତି ଆର୍ଚି । ଅଧିକାଂଶ ସମୟ ହସ୍ପିଟାଲ ବେଡ୍ରେ ବିତୁଛି । ଖାସ୍ ଆର୍ଚି ମୁହଁରେ ହସର ଫୁଆର ଭରି ଦେବାକୁ କ୍ରିକେଟ ଅଷ୍ଟ୍ରେଲିଆର ଏହି ଛୋଟିଆ ପ୍ରୟାସକୁ ବିଭିନ୍ନ ମହଲରେ ଭୂରି ଭୂରି ପ୍ରଶଂସା କରାଯାଉଛି ।
Meet the newest member of the Australian Test team: https://t.co/vmcqkK0tqE @MakeAWishAust | #AUSvIND pic.twitter.com/0EMBSu4yEm
— cricket.com.au (@cricketcomau) December 23, 2018
Watch out Nathan Lyon, Archie’s coming for your spot!
MORE: https://t.co/zOHu6KpvYE pic.twitter.com/PEgW1qSITd
— cricket.com.au (@cricketcomau) December 23, 2018