Below header

ଆସନ୍ତାକାଲି ସଂଧ୍ୟା ୬ଟାରେ ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ସଂଧ୍ୟା ୬ଟାରେ ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାର ପୋର୍ଟରେ ପହଞ୍ଚିବେ। ରାତିରେ ରାଜଭବନରେ ରହଣି ରହିଛି। ୨୧ ତାରିଖ ଦିନ ସକାଳ ୯ରୁ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦର ଯିବେ। ସେଠାରୁ ଝାରସୁଗୁଡା ବିମାନବନ୍ଦର ଅଭିମୁଖେ ବାହାରିବେ। ସକାଳ ୯ଟା ୪୫ ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ଝାରସୁଗୁଡା ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ରାଉରକେଲା ଯିବେ ରାଷ୍ଟ୍ରପତି ।

୧୦.୩୫ରେ ରାଉରକେଲାରେ ପହଞ୍ଚିବା ପରେ NIT ଅଭିମୁଖେ ଯିବେ। ୨୧ ତାରିଖ ୧୧ଟାରେ ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଅପରାହ୍ନ ୧୨ଟା ୧୦ରେ ରାଉରକେଲା ହାଉସରେ ମଧ୍ୟହ୍ନ ଭୋଜନ କରିବାର କାର‌୍ୟ୍ୟକ୍ରମ ରହିଛି। ଏହାପରେ ଅପରାହ୍ନ ୩ଟା ୪୫ରେ ଆର୍‌ଏସ୍‌ପିରେ ସୁପର ସ୍ପେସାଲିଟି ହସ୍ପିଟାଲ ଉଦ୍‌ଘାଟନ କାର‌୍ୟ୍ୟକ୍ରମରେ ଯୋଗ ଦେବେ ରାମନାଥ କୋବିନ୍ଦ। ଅପରାହ୍ନ ୪ଟା ୫୦ରେ ରାଉରକେଲା ବିମାନବନ୍ଦରରୁ ବାହାରି ଝାରସୁଗୁଡା ବିମାନବନ୍ଦର ଦେଇ ଭୁବନେଶ୍ୱର ଫେରିବେ। ୨୧ ତାରିଖରେ ରାଜଭବନରେ ରହଣି ରହିଛି। ୨୨ ତାରିଖ ପୁରୀ ଓ କୋଣାର୍କ ଗସ୍ତ ସାରି ସଂଧ୍ୟା ୫.୨୦ରେ ଭୁବନେଶ୍ୱରରୁ ରାଷ୍ଟ୍ରପତି ଦିଲ୍ଲୀ ଫେରିବା କାରର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.