ପଶ୍ଚିମବଙ୍ଗ ନିର୍ବାଚନ: ପୁଣି ଚାରିଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା ଟିଏମସି, ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଅଣ୍ଟାଭିଡିଲା ଦଳ

ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଉଷ୍ମତା ବଢିବାରେ ଲାଗିଛି। ବିଧାନସଭା ନିର୍ବାଚନ ପାଇଁ ଟିଏମସି ନେତ୍ରୀ ମମତା ବାନାର୍ଜୀ ପୁଣି ଥରେ ସରକାରକୁ ଫେରିବା ପାଇଁ କସରତ କରୁଛନ୍ତି । ପଶ୍ଚିମବଙ୍ଗରେ ସର୍ବପ୍ରଥମେ ଟିଏମସି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । କିନ୍ତୁ ଏବେସୁଦ୍ଧା ଦଳ ୪ଟି ବିଧାନସଭା ଆସନରେ ବଡ ପରିବର୍ତ୍ତନ କରିଛି । ଏଠାରେ ପୂର୍ବରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ବଦଳ କରାଯାଇଛି ।

ଟିଏମସି ତରଫରୁ କୁହାଯାଇଛି ଯେ, କଲ୍ୟାଣୀ, ଅଶୋକନଗର, ଦୁବରାଜପୁର ଓ ଅମଦଙ୍ଗାରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । କଲ୍ଯାଣୀ ସିଟ୍ ପାଇଁ ଅନିରୁଦ୍ଧ ବିଶ୍ବାସ, ଅଶୋକନଗର ପାଇ ନାରାୟଣ ଗୋସ୍ବାମୀ, ଅମଦଙ୍ଗା ପାଇଁ ରଫୀକୁର ରହମାନ, ଦୁବରାଜପୁର ପାଇଁ ଦେବାବ୍ରତ ସାହାଙ୍କୁ ଟିକେଟ ଦିଆଯାଇଛି। ଦଳ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିଛି । ଖବର ମୁତାବକ. ନିର୍ବାଚନ ପୂର୍ବରୁ ଅନେକ ନେତା ଟିଏମସି ଛାଡି ବିଜେପି ସମେତ ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ଯେବେ ମମତା ନିଜର ପ୍ରାର୍ଥୀ ତାଲିକା ଜାରି କରିଥିଲେ ସେତେବେଳେ ଅନେକ ନେତା ଅସନ୍ତୁଷ୍ଟ ଥିଲେ । ଏପରିକି ଦଳ ଛାଡିବାକୁ ଧମକ ଦେଇଥିଲେ । ଏହାକୁ ରୋକିବାକୁ ଦଳ ୪ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ।

ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭, ଏପ୍ରିଲ୧, ୬, ୧୦,୧୭, ୨୨, ୨୬ ଓ ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏହାପରେ ମେ ୨ ତାରିଖରେ ଭୋଟ୍ ଗଣତି ହେବ । ପଶ୍ଚିମବଙ୍ଗରେ ମୋଟ ୨୯୩ ଆସନ ରହିଛି । କିନ୍ତୁ ଟିଏମସି ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.