ଆଧାର-ପାନ୍‌ ସମେତ ଏହି ସରକାରୀ କାମକୁ କରନ୍ତୁ ଶୀଘ୍ର ସମାପ୍ତ , ନଚେତ୍‌ ଭରିବାକୁ ପଡିବ ଜରିମାନା

ଅପ୍ରେଲ ୧ ନୂଆ ଆର୍ଥିକ ବଷର୍ରୁ ସରକାରଙ୍କ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ୧୦ଟି ନିୟମ ରହିଛି। ଯେଉଁଠି ଆପଣଙ୍କୁ ଆଧାର-ପାନ୍‌ ଲିଙ୍କ ସହ ପିଏମ୍‌ କିସାନ ସମ୍ମାନ ଅନ୍ତର୍ଗତ ସମସ୍ତ କାର୍ଯ୍ୟକୁୁୁ ୩୧ ମାର୍ଚ୍ଚ ମଧ୍ୟରେ ସାରିବାକୁ ପଡିବ। ଚଳିତମାସ ଶେଷ ହେବା ପୂର୍ବରୁ ଆପଣଙ୍କୁ ଏସବୁ କାମକୁ ଶୀଘ୍ର ସାରିବାକୁ ହେବ। ନଚେତ୍‌ ଏଥିପାଇଁ ଜରିମାନା ଦେବାକୁ ପଡିବ ।

ପିଏମ୍‌ କିସାନ ସମ୍ମାନ ନିଧିର ରେଜିଷ୍ଟ୍ରେସନ ପାଇଁ ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ। ଯଦି ଆପଣ ଏହି ଯୋଜନାର ଫାଇଦା ଉଠାଇବାକୁ ଚାହୁଁଛନ୍ତି, ତେବେ ଚଳିତ ମାସ ଶେଷ ହେବା ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ ।

pm kissan
pc: zee business

ଭାରତ ସରକାରଙ୍କ ଅନ୍ୟ ଏକ ଯୋଜନା ହେଉଛି ‘ପିଏମ୍‌ ଆବାସ ଯୋଜନା’। ଏଥିରେ ଲୋକଙ୍କୁ ଶସ୍ତା ଘର ଦିଆଯିବାର ସୁବିଧା ରହିଛି। ଏହି ଯୋଜନା ଅନ୍ତର୍ଭୁକ୍ତ ଘର କିଣିବା ପାଇଁ ୨.୬୭ଲକ୍ଷ ପର୍ଯ୍ୟନ୍ତ ଛାଡ ମିଳିଥାଏ। ଏହି ସ୍କିମ୍‌ ର ଫାଇଦା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି।

କରୋନା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରୀ କର୍ମଚାରୀ ଏଲଟିସିର ଫାଇଦା ଉଠାଇ ପାରିନଥିଲେ। ଏହାକୁ ଦୃଷ୍ଟିରେ ରଖି ୧୨ ଅକ୍ଟୋବର ୨୦୨୦ରେ ଏଲଟିସି ଭାଉଚର ଲଞ୍ଚ କରାଯାଇଛି। ଏହାର ବୈଧତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଅଛି। ଇନକମ୍‌ ଟାକ୍ସ ଧାରା 80C ଏବଂ 80D ଅନୁଯାୟୀ ଟାକ୍ସ ପଲିସିର ଫାଇଦା ପାଇଁ ୩୧ ମାର୍ଚ୍ଚ ମଧ୍ୟରେ ଏହି ପଲିସିକୁ କିଣିବାକୁ ପଡିବ।

incometax
pc: the financial express

ପାନ କାର୍ଡକୁ ଆଧାର ସହ ଲିଙ୍କ କରିବା ପାଇଁ ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ। ଯଦି ଆପଣ ପାନ୍‌ ସହ ଆଧାର ଲିଙ୍କ କରିନଥିବେ ତେବେ ଆପଣଙ୍କୁ ଏଥିପାଇଁ ଜରିମାନା ଭୋଗ କରିବାକୁ ହେବ।

ଲଘୁ ଏବଂ ମଧ୍ୟମ ଶ୍ରେଣୀଙ୍କ ଫାଇଦା ପାଇଁ ଥିବା ଇମରଞ୍ଜେନସି କେଡ୍ରିଟ ଲାଇନ ଗାରେଣ୍ଟି ସ୍କିମର ଅବଧି ୩୧ ମାର୍ଚ୍ଚ ସହ ଜିଏସଟି ରିଟର୍ଣ୍ଣ ଦାଖିଲ , ସଂଶୋଧିତ ଇନକମ୍‌ ଟାକ୍ସ ରିଟର୍ଣ୍ଣ ଦାଖିଲ ଓ ଇନକମ ଟାକ୍ସ ଡିପାର୍ଟମେଣ୍ଟ ନିଜର ପ୍ରତ୍ୟକ୍ଷ କର ଯୋଜନାର ସମସ୍ତ ତଥ୍ୟ ଦେବାର ଅନ୍ତିମ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.