Below header

ଯାଆଁଳା ଫାଣ୍ଡି ପରିସରରେ କାର୍‌ରୁ କଙ୍କାଳ ଜବତ ଘଟଣା, ଆସିଲା ମହିଳାଙ୍କ ସ୍କେଚ୍

ଭୁବନେଶ୍ବର: ଯାଆଁଳା ଫାଣ୍ଡି ପରିସରରେ କାର୍‌ରୁ କଙ୍କାଳ ଜବତ ଘଟଣାରେ ଆସିଲା ସ୍କେଚ। ବେଙ୍ଗାଳୁରୁରୁ ଏହି ସ୍କେଚ ଆସିଛି । ସ୍କେଚ ଅନୁସାରେ ମହିଳାଙ୍କ ପୋଷ୍ଟର ତିଆରି କରାଯିବ । ଏହାକୁ ସର୍ବସାଧାରଣ ସ୍ଥାନରେ ଲଗାଯିବ। ସମସ୍ତ ବସଷ୍ଟାଣ୍ଡ ଓ ଆଖପାଖ ଥାନାରେ ମରାଯିବ ।

ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଜାଣିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। କଙ୍କାଳର ନଖ, ଚୁଟି ହାଇଦ୍ରାବାଦ ପଠାଯାଇଥିଲା । ସ୍କଲ ମ୍ୟାପିଂ ପ୍ରକ୍ରିୟାରେ ଫେସ୍‌ ରିକ୍ରିଏସନ୍‌ କରିବାରେ କଷ୍ଟ ହୋଇଥିଲା । ତେଣୁ ବେଙ୍ଗାଳୁରୁର ଏକ ବେସରକାରୀ ସଂସ୍ଥାର ଲ୍ୟାବ୍‌କୁ ଏହି ଦାୟିତ୍ୱ ଦିଆଯାଇଥିଲା । ସେଠାରୁ ସ୍କେଚ ଆସିଛି । ଏହାକୁ ସର୍ବସାଧାରଣରେ ଜାରି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.