Below header

ଗରମରେ ଥଣ୍ଡା ଥଣ୍ଡା ସ୍ୱାଦ ପାଇବା ପାଇଁ ପ୍ରସ୍ତୁତ କରନ୍ତୁ କଷ୍ଟାର୍ଡ ଆଇସକ୍ରିମ୍‌

ଏଇ ଧୁ ଧୁ ଖରାରେ ସମସ୍ତଙ୍କୁ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ବହୁତ ଭଲ ଲାଗିଥାଏ। ଖାସ୍ କରି ଏହି ସମୟରେ ଆଇସକ୍ରିମ ଖାଇବାକୁ ବହୁତ ପସନ୍ଦ କରନ୍ତି ଲୋକେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କଷ୍ଟାର୍ଡ ଆଇସକ୍ରିମ ରେସିପି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • କଷ୍ଟାର୍ଡ ପାଉଡର – ୨ ବଡ ଚାମଚ୍‌
  • ଫ୍ରେସ କ୍ରୀମ – ଦୁଇ ବଡ ଚାମଚ
  • କ୍ଷୀର – ୧/୨ ଲିଟର
  • ଚିନି – ୧/୨ କପ୍‌
  • କିସମିସ୍ – ଆବଶ୍ୟକ ଅନୁସାରେ
  • ବାଦାମ୍ – ୧୦ଟି (କଟା ହୋଇଥିବା)
  • କାଜୁ – ୧୦ଟି (କଟା ହୋଇଥିବା)
  • ଅଳେଇଚ ପାଉଡର – ୧/୨ ଛୋଟ ଚାମଚ
  • ଟୁଟି-ଫୃଟି – ଗାର୍ନିସିଙ୍ଗ୍ ପାଇଁ
  • ବାଦାମ-କାଜୁ – ସଜେଇବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ୨ ବଡ ଚାମଚ କଷ୍ଟାର୍ଡ ପାଉଡର ମିଶାଇ ଘୋଳ ବନାଇ ଦିଅନ୍ତୁ।
  • ପ୍ୟାନରେ କ୍ଷୀର ଗରମ କରନ୍ତୁ।
  • ଥରେ ଫୁଟି ଆସିଲେ ଆଞ୍ଚକୁ ଧୀମା କରିଦିଅନ୍ତୁ। ଏଥିରେ କଷ୍ଟାର୍ଡର ଘୋଳକୁ ମିଶାଇ ୨ ମିନିଟ୍ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
  • ଏଥିରେ ଚିନି ମିଶାଇ ଲଗାତର ଚଲାନ୍ତୁ, ଯେତେ ପର୍ଯ୍ୟନ୍ତ ଏହା ଗାଢ଼ା ନ ହୋଇଛି।
  • ଏବେ ଏଥିରେ ଅଳେଇଚ ପାଉଡର, ଫ୍ରେସ୍ କ୍ରୀମ, ବାଦାମ-କାଜୁ ଏବଂ କିସମିସ୍ ମିଶାନ୍ତୁ। ତାପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ।
  • ଥଣ୍ଡା ହେବା ପରେ ଏହାକୁ ଏୟାର ଟାଇଟ୍ କଣ୍ଟେନରରେ ପକାନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.