JIOର ସବୁଠାରୁ ଶସ୍ତା ପ୍ଲାନ ! ମାତ୍ର ସାଢ଼େ ୩ ଟଙ୍କାରେ ପାଆନ୍ତୁ ୧ ଜିବି ଡାଟା

ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଦିନକୁ ଦିନ କମ୍ପିଟିସନ୍ ବଢ଼ି ବଢ଼ି ଚାଲିଛି। ନିଜ ଗ୍ରାହକଙ୍କୁ ଅଧିକରୁ ଅଧିକ ଆକର୍ଷିତ କରିବା ପାଇଁ ଅନେକ ଟେଲିକମ୍ କମ୍ପାନୀ ବହୁତ ଭଲ ଆଉ ଶସ୍ତା ପ୍ଲାନ୍ ଲଞ୍ଚ୍ କରୁଛନ୍ତି। ଶସ୍ତା ପ୍ଲାନ ବିଷୟରେ ଯେତେବେଳେ ବି ଭାବନ୍ତି ପ୍ରଥମେ ମନକୁ ରିଲାଏନ୍ସ ଜିଓ ହିଁ ସାମ୍ନାକୁ ଆସେ। ଜିଓ କିଛି ଦିନ ପୂର୍ବରୁ ଶସ୍ତା ମୋବାଇଲ ଡାଟା ପ୍ଲାନ ଲଞ୍ଚ୍ କରି ଟେଲିକମ୍ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି କରିଥିଲା। ଜିଓ ପାଖରେ ଏକ ଏମିତି ରିଚାର୍ଜ ପ୍ୟାକ୍ ରହିଛି ଯାହା ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଆପଣଙ୍କୁ ୧ଜିବି ଡାଟା ପାଇଁ କେବଳ ୩.୫ ଟଙ୍କା ଖର୍ଚ୍ଚ କରିବାକୁ ହେବ।
ଆସନ୍ତୁ ଜାଣିବା ଜିଓର ୫୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ବିଷୟରେ

୫୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍‌

ରିଲାଏନ୍ସ ଜିଓର ଏହି ପ୍ଲାନର ଭ୍ୟାଲିଡିଟୀ ୮୪ ଦିନର ଅଟେ। ୫୯୯ ଟଙ୍କାର ଏହି ପ୍ଲାନ ଏବେ ବହୁତ ଚର୍ଚ୍ଚାରେ। କାହିଁକିନା ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ମିଳିବା ସହିତ ମୋଟ ୮୪ ଦିନରେ ୧୬୮ ଜିବି ଡାଟା ଏହି ପ୍ଲାନରେ ମିଳୁଛି। ଅର୍ଥାତ ୟୁଜର୍ସଙ୍କୁ ୧ ଜିବି ଡାଟା ପାଇଁ ୫୯୯ ଟଙ୍କାର ଏହି ପ୍ଲାନରେ ପ୍ରାୟ ୩.୫୭ ପଇସା ଖର୍ଚ୍ଚ କରିବାକୁ ପଡିଥାଏ।

jioଅନ୍ୟ ପ୍ଲାନ ତୁଳନାରେ ଏହା ବହୁତ ଶସ୍ତା

ଡାଟା ପ୍ଲାନ୍ ହିସାବରେ ଦେଖିବା ତ ଏହି ୫୯୯ ଟଙ୍କା ପ୍ଲାନରେ ୨୪୯ ଟଙ୍କା ଏବଂ ୪୪୪ ଟଙ୍କାର ରିଚାର୍ଜ ପ୍ଲାନ ବି ରହିଛି। ୪୪୪ ଟଙ୍କିଆ ପ୍ଲାନର ବୈଧତା ରହିଛି ୫୬ ଦିନ। ଏଥିରେ ମୋଟ ୧୧୨ ଜିବି ଡାଟା ମିଳିଥାଏ। ଏମିତିରେ ୧ ଜିବି ଡାଟାର ଦାମ୍ ୪ ଟଙ୍କା ପଡୁଛି।

ଜାଣନ୍ତୁ ଏହାର ଫାଇଦା

୫୯୯ ଟଙ୍କାର ଏହି ପ୍ଳାନରେ ଅନଲିମିଟେଡ କଲିଙ୍ଗ୍ ସୁବିଧା ମିଳିଥାଏ। ଏହାସହିତ ୟୁଜର୍ସଙ୍କୁ ଜିଓ ଆପ୍ସର ଆକସେସ୍ ମଧ୍ୟ ଫ୍ରିରେ ମିଳିଥାଏ। ଅର୍ଥାତ୍ ଜିଓ ଟିଭି, ଜିଓ ସିନେମା, ଜିଓ ସାଓ୍ଵନ, ଜିଓ ନ୍ୟୁଜ ଏବଂ ଜିଓ କ୍ଲାଉଡ ଭଳି ଆପ୍ସକୁ ଫ୍ରି ସବସ୍କ୍ରିନସନର ଫାଇଦାରେ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.