Below header

ବ୍ରହ୍ମପୁର: ମରାମତି ପାଇଁ ସିଟି ବସଷ୍ଟାଣ୍ଡକୁ ୨୬ରୁ ବନ୍ଦ କରିଛି ପ୍ରଶାସନ, ଏହାର ବିରୋଧରେ ଗାଡ଼ି ବନ୍ଦ କରିଛି ଘରୋଇ ବସ୍‌ ମାଲିକ ସଂଘ

ବ୍ରହ୍ମପୁର(କେନ୍ୟୁଜ୍):   ମରାମତି କରିବା ପାଇଁ ବ୍ରହ୍ମପୁର ସିଟି ବସଷ୍ଟାଣ୍ଡକୁ ୨୬ରୁ ବନ୍ଦ କରି ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ଗାଡ଼ି ଚଳାଚଳକୁ ବନ୍ଦ କରି ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ। ଚଢା ଦରରେ ସେମାନଙ୍କୁ ଛୋଟ ଛୋଟ ଗାଡିରେ ଯିବାକୁ ପଡୁଛି। ପୁଣି ଥରେ ବସ ମାଲିକ ସଂଘକୁ ଗାଡ଼ି ଚଳାଚଳ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ହଳଦିଆପଦର ବସଷ୍ଟାଣ୍ଡକୁ ସବୁ ଗାଡ଼ି ନେବା ପାଇଁ ବାଧ୍ୟ କରାଯାଇ ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ସଂଘ ଆଉ ଏକ ବୈଠକରେ ବସି ପରବର୍ତ୍ତୀ ନିଷ୍ପତି ନେବ ବୋଲି ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.