Below header

ତୁଣ୍ଡ ଉପରେ ଲଗାମ୍‌ ନାହିଁ, ପ୍ରତିରକ୍ଷା ବିଭାଗ କମିଟିରୁ ବିଦା ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ : ତୁଣ୍ଡ ଉପରେ ନିୟନ୍ତ୍ରଣ ନରହିଲେ କଣ ହୁଏ ସେକଥା କିଛି ନେତା ଭଲ ଭାବେ ଜାଣିଥିବେ । ଆଉ ବିଜେପି ସାଂସଦ ପ୍ରଜ୍ଞା ଠାକୁର ଏବେ ଏବେ ଭୋଗିଛନ୍ତି । ଅବଶ୍ୟ ପ୍ରଜ୍ଞା ଆଜି ନୁହେଁ ରାଜନୈତିକ କ୍ଷେତ୍ରକୁ ଆସିବା ପୂର୍ବରୁ ନିଜ ତୁଣ୍ଡ ପାଇଁ ବେଶ୍‌ ଖ୍ୟାତ । ଏବେ କିନ୍ତୁ ସବୁ ସୀମା ଲଂଘି ସଂସଦ ଭିତରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ କହିଲେ ଦେଶଭକ୍ତ । ଅର୍ଥାତ୍‌ ନାଥୁରାମ ଗଡ଼ସେ ଦେଶଭକ୍ତ ବୋଲି ପ୍ରଜ୍ଞା କହିଥିଲେ । ତାର ପ୍ରତିକ୍ରିୟା ଏଭଳି ହେଲା ଯେ ସବୁଠି ତାଙ୍କୁ ସମାଲୋଚନାର ସାମନା କରିବାକୁ ପଡ଼ିଲା । ସଂସଦରେ ଖୁବ୍‌ ହୋହଲ୍ଲା ହୋଇଥିଲା । ଏହାର ପରିଶରମ ସ୍ୱରୂପ ତାଙ୍କୁ ଆଜି ପ୍ରତିରକ୍ଷା ବିଭାଗ ପରାମର୍ଶଦାତା କମିଟିରୁ ବିଦା କରାଯାଇଛି ।


ଏମିତିକି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିଜ ଦଳର ସାଂସଦଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଦଳ ପକ୍ଷରୁ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏଭଳି ବିଚାରଧାରାକୁ ସମର୍ଥନ କରେ ନାହିଁ ।

ତେବେ ପରେ ପ୍ରଜ୍ଞା ଠାକୁର ଟୁଇଟ୍‌ କରି ନିଜର ପ୍ରତିକ୍ରୟା ମଧ୍ୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.