ଭୁବନେଶ୍ୱର: ଚୋରି ପଡିଲା ଭାରି, ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ

ଭୁବନେଶ୍ବର(କେନ୍ୟୁଜ୍):  ଚୋରି ହେଲା କାଳ। ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ଗତକାଲି ରାତିରେ ଜଣେ ଚୋର ବିଦ୍ୟୁତ ଖୁଣ୍ଟରୁ ତାର ଚୋରି କରୁତିବାବେଳେ କରେଣ୍ଟ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡିଥିଲା। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଖାରବେଳନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତନାଘନା ଆରମ୍ଭ କରିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.