Below header

ଧର୍ମଘଟକୁ ଓହ୍ଲାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ, ୩୦ ତାରିଖ ସୁଦ୍ଧା ଲିଖିତ ଦାବି ଉପସ୍ଥାପନ କରିବ

ସଂଘର ଦାବି ଉପରେ ସରକାର ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବେ । ସ୍ୱାଭାବିକ ଭାବରେ ଚାଲିବ ଲକ୍ଷ୍ମୀ ବସ । ବ୍ଲକରୁ ପଞ୍ଚାୟତ ଏବଂ ପଞ୍ଚାୟତରୁ ଜିଲ୍ଲାକୁ ଗଡିବ ଲକ୍ଷ୍ମୀ ବସ । ଏହାହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଐତିହାସିକ ନିଷ୍ପତ୍ତି ।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ । ୩୧ରେ ଧର୍ମଘଟ ନିଷ୍ପତ୍ତିରୁ ଓହରିଛି ସଂଘ । ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ସଫଳ ହୋଇଛି । ୩୦ ତାରିଖ ସୁଦ୍ଧା ଲିଖିତ ଭାବରେ ଦାବି ଉପସ୍ଥାପନ କରିବ ସଂଘ । ଏଥିସହ ୩୧ରେ ଘରୋଇ ବସ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବ ନାହିଁ ବୋଲି ଆଲୋଚନା ପରେ ପରିବହନ ମନ୍ତ୍ରୀ କହିଛନ୍ତି। ସଂଘର ଦାବି ଉପରେ ସରକାର ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବେ । ସ୍ୱାଭାବିକ ଭାବରେ ଚାଲିବ ଲକ୍ଷ୍ମୀ ବସ । ବ୍ଲକରୁ ପଞ୍ଚାୟତ ଏବଂ ପଞ୍ଚାୟତରୁ ଜିଲ୍ଲାକୁ ଗଡିବ ଲକ୍ଷ୍ମୀ ବସ ।

ଏହାହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଐତିହାସିକ ନିଷ୍ପତ୍ତି । ଏହାକୁ ବିରୋଧ କରିବାର କିଛି କାରଣ ନାହିଁ । ରାଜ୍ୟରଯେଉଁ ଅଂଚଳରେ ଗମନଗମନର ସୁବିଧା ନାହିଁ ସେହିଠାରେ ହିଁ ସାଧାରଣ ଲୋକ ଲକ୍ଷ୍ମୀ ବସ ସେବାରୁ ସୁବିଧା ପାଇବେ । ଆଜି ଘରୋଇ ବସ୍ ମାଲିକ ସଂଘ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ସେପଟେ ଘରୋଇ ବସ ମାଲିକ ସଂଘ କହିଛି ସରକାରଙ୍କ ସହ ହୋଇଥିବା ଆଲୋଚନା ସଫଳ ନୁହେଁ କି ଵିଫଳ ନୁହେଁ ।

୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଛି । ପ୍ରତ୍ୟାହୃତ ହୋଇନାହିଁ ।୩୦ ତାରିଖରେ ସଂଘର ସାଧାରଣ ପରିଷଦ ବୈଠକ ବସିବ । ଏହାପରେ ହିଁ ଆଗମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବୁ । ରାଜ୍ୟ ସରକାରଙ୍କୁ ଆମେ ଆମର ରୁଟ ଚାର୍ଟ ଦେଇଛୁ । କେବଳ ସରକାରଙ୍କ ରିଜୋଲ୍ୟୁସନକୁ ହିଁ ଅପେକ୍ଷା କରିଛୁ ବୋଲି ଘରୋଇ ବସ ମାଲିକ ସଂଘ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.