Below header

ଦୁଃଖ କଷ୍ଟରେ ବିତିଲାଣି ୧୨ବର୍ଷ, ୬ ବର୍ଷରୁ ମାରାତ୍ମକ ଚର୍ମ ରୋଗରେ ଆକ୍ରାନ୍ତ ୧୮ବର୍ଷୀୟା ପ୍ରିୟଙ୍କା

ସହି ହେଉନି ଯନ୍ତ୍ରଣା। ଦୁଃଖ କଷ୍ଟରେ ବିତିଲାଣି ୧୨ ବର୍ଷ । ୬ ବର୍ଷରୁ ମାରାତ୍ମକ ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପାଠ ପଢ଼ିବା ବୟସରେ ଘର କୋଣରେ ପଡ଼ି ରହିଛନ୍ତି। ଇଏ ହେଉଛନ୍ତି ପୁରୀ ହାଡ଼ଗୋଡ଼ିଆ ସାହିର ୧୮ ବର୍ଷୀୟା ପ୍ରିୟଙ୍କା ବାରିକ। ସୋରିଆସିସ୍ ରୋଗରେ ସେ ଆକ୍ରାନ୍ତ। ପୁରା ଶରୀରକୁ ରୋଗ ବ୍ୟାପି ଯାଇଛି। ଏମିତି ଅବସ୍ଥା ହୋଇଛି ଯେ, ଦେଖାଇବା ଆମ ପକ୍ଷେ ସମ୍ଭବ ନୁହେଁ। ପ୍ରିୟଙ୍କାଙ୍କ ଶରୀରରୁ ଚମଡ଼ା ଛାଡ଼ିବାରେ ଲାଗିଛି। ଯେତେବେଳେ ୬ ବର୍ଷ ହୋଇଥିଲା, ସେତେବେଳେ ସୋରିଆସିସ୍ ରୋଗରେ ପୀଡ଼ିତ ହୋଇଥିଲେ ପ୍ରିୟଙ୍କା। ଝିଅକୁ ବହୁ ଡାକ୍ତର ଦେଖାଇଛନ୍ତି ବାପା ମାଆ। କିନ୍ତୁ ଉତ୍ତମ ଚିକିତ୍ସା ଦେଇ ପାରୁ ନାହାନ୍ତି। ପ୍ରିୟଙ୍କାଙ୍କ ବାପା ମୂଲ କରି ଯାହା ରୋଜଗାର କରୁଛନ୍ତି ସେଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳୁଛନ୍ତି। ସେତେ ସମ୍ବଳ ବି ନାହିଁ ଯେ ଝିଅକୁ ବଡ଼ ବଡ଼ ଡାକ୍ତରଙ୍କ ପାଖରେ ଦେଖାଇବେ। ପଡ଼ୋଶୀ କିଛି ସହାୟତା କରୁଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ଭଳି। ପ୍ରତିଦିନ ଯନ୍ତ୍ରଣାରେ ଝଟପଟ ହେଉଛନ୍ତି ପ୍ରିୟଙ୍କା। ଝିଅର ଏଭଳି ଦୁଃଖକୁ ବି ବାପା ମାଆ ଦେଖି ପାରୁ ନାହାନ୍ତି। ଜିଲ୍ଲା ପ୍ରଶାସନ କିମ୍ବା ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ପ୍ରିୟଙ୍କାଙ୍କ ବାପା ମାଆ। ଯୁକ୍ତ ଦୁଇରେ ଆଡମିଶନ କରିଛନ୍ତି ପ୍ରିୟଙ୍କା। ରୋଗ ଯୋଗୁ ଟାହି ଟାପରା ଭୟରେ କଲେଜ ଯାଉ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.