ଚଳନ୍ତା ବାଇକ୍‌ ଉପରକୁ ଡେଇଁଲା ଚିତା, ଦେଖିଲେ ଥରିଉଠିବ ଦେହ

ସୋସିଆଲ ମିଡିଆରେ ପ୍ରତିଦିନ ଏଭଳି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ କିଛି ସମୟ ପାଇଁ ହେଉ ପଛେ ଆମ ହୃଦୟ ଥରି ଉଠେ। ନିକଟରେ ପୁଣିଥର ସେହିଭଳି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ ଚଳନ୍ତା ମଟରସାଇକେଲ ଉପରକୁ ଏକ ଚିତାବାଘ ଡେଇଁପଡ଼ି ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଟ୍ଵିଟରରେ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦା ଏହି ଭିଡିଓଟିକୁ ସେୟାର କରିଛନ୍ତି। ଭିଡିଓରେ ସେ କ୍ୟାପସନ୍‌ ଲେଖିଛନ୍ତି ଯେ ଚିତାବାଘ କେମିତି ବିଫଳ ହେଲା। ଏଥିସହ ସେ ଲୋକଙ୍କୁ ଜଙ୍ଗଲର ସମ୍ମାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଏରୋଡ୍ରମ୍‌ ଫିଲ୍ଡ ବଦଳରେ ପଡ଼ିଆରେ ଅବତରଣ କଲା ଯାତ୍ରୀବାହୀ ଉଡ଼ାଜାହଜ, ଦେଖନ୍ତୁ ହୃଦୟଥରା ଦୃଶ୍ୟ

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କାର୍‌ରେ ଜଣେ ବ୍ୟକ୍ତି ମୋବାଇଲ୍‌ରେ ରେକଡିଂ ଚାଲୁ ରଖିଛନ୍ତି। ଏତିକି ବେଳେ ଦୁଇଜଣ ଏକ ବାଇକ୍‌ରେ ବସି ସେହି ରାସ୍ତା ଦେଇ ଯାଉଥିଲେ। ହଠାତ୍‌ ଏହି ସମୟରେ ଜଙ୍ଗଲରୁ ଏକ ଚିତାବାଘ ବାହାରି ବାଇକ୍‌ ଉପରକୁ ଡେଇଁ ପଡ଼ିଥିଲା। କିନ୍ତୁ ଭାଗ୍ୟ ଭଲ ଥିବାରୁ ମାତ୍ର ଗୋଟିଏ ଇଞ୍ଚର ବ୍ୟବଧାନରେ ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି। ଭିଡିଓରେ ସୁଟିଂ କରଥିବା ବ୍ୟକ୍ତିଙ୍କ ସ୍ୱର ମଧ୍ୟ ଶୁଣାଯାଉଛି। ଏହି ଭିଡିଓରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାର ଜଣ ଦେଖିସାରିଥିବା ବେଳେ ଅନେକ ଲୋକ ସେୟାର ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.