ବିନା ଇଣ୍ଟରନେଟରେ ବି ଜାଣିପାରିବେ ଟ୍ରେନର ଲାଇଭ ଲୋକେସନ, ଜାଣନ୍ତୁ କେମିତି

ଟ୍ରେନରେ ଯାତ୍ରା କରୁଥିବା ପ୍ରାୟ ଅନେକ ଯାତ୍ରୀ ଟ୍ରେନର ଲାଇଭ୍‌ ଲୋକେସନ ଦେଖିବା ପାଇଁ ଏକ ବହୁତ ଲୋକପ୍ରିୟ ଆପ୍‌ ବ୍ୟବହାର କରନ୍ତି ଯାହାର ନାମ ହେଉଛି where is my train app। ଏହି ଆପ୍‌ ଲୋକମାନଙ୍କର ବହୁତ ପ୍ରିୟ ଆପ୍‌ କାରଣ ଏହି ଆପ୍‌ ବିନା ମୋବାଇଲ ନେଟଓ୍ଵାର୍କରେ ବି ଟ୍ରେନର ଲାଇଭ୍‌ ଲୋକେସନ ଜଣାଇଥାଏ। ଏହା ଶୁଣି ହୁଏତ ଆପଣ ନିଶ୍ଚୟ ଭାବୁଥିବେ କେମିତି ବିନା ମୋବାଇଲ୍‌ ନେଟଓ୍ଵାର୍କରେ ଟ୍ରେନର ଲାଇଭ୍‌ ଲୋକେସନ୍‌ ଜାଣିହେବ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ where is my train ଆପ କେମିତି ବିନା ନେଟଓ୍ଵାର୍କରେ ଟ୍ରେନର ଲାଇଭ୍‌ ଲୋକେସନ୍‌ ଜଣାଇଥାଏ।

ବର୍ତ୍ତମାନ ଭାରତୀୟ ରେଲେଓ୍ଵରେ ଟ୍ରେନ ଗୁଡିକର ଲାଇଭ୍‌ ଲୋକେସନ ଏନଟିଇଏସ୍‌ ସର୍ଭର ଦ୍ୱାରା ପ୍ରାପ୍ତ କରାଯାଇଥାଏ ଏବଂ ସମସ୍ତ ପ୍ରାଇଭେଟ ଅପ୍ଲିକେସନ ଏହିଠାରୁ ଡାଟାକୁ ନେଇ ଟ୍ରେନର ଲାଇଭ୍‌ ଲୋକେସନକୁ ଜଣାଇଥାନ୍ତି। ସମସ୍ତ ରେଲେଓ୍ଵ ଷ୍ଟେସନର ଷ୍ଟେସନ ମାଷ୍ଟର ଟ୍ରେନ ଯିବା କିମ୍ବା ଆସିବା ପରେ ଫୋନ ଦ୍ୱାରା ସେକସନ କଣ୍ଟ୍ରୋଲକୁ ଜଣାଇଥାନ୍ତି ଏବଂ ସେକସନ୍‌ କଣ୍ଟ୍ରୋଲର ସେହି ଡାଟାକୁ ସେହି ଟ୍ରେନର ଲୋକେସନକୁ ସର୍ଭରରେ ଅପଡେଟ୍‌ କରିଦେଇଥାଏ। ଏହାଦ୍ୱାରା ଟ୍ରେନର ଲାଇଭ୍‌ ଲୋକେସନ୍‌ ବିଷୟରେ ଜଣାପଡିଥାଏ।

trainଏହାବ୍ୟତୀତ କିଛି ଟ୍ରେନରେ ଜିପିଏସ୍‌ ଦ୍ୱାରା ମଧ୍ୟ ସାଟେଲାଇଟ୍‌ ଜରୀଆରେ ଲାଇଭ୍‌ ଲୋକେସନ ବିଷୟରେ ଜଣାପଡିଥାଏ। କିନ୍ତୁ ଆମେ ଯଦି କଥା ହେବା where is my train ଆପ୍‌ ବିଷୟରେ ତେବେ ଏଥିରେ ଥିବା ଗୋଟେ ଫିଚର ବାକି ସମସ୍ତ ଆପ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ଏହି ଆପ୍‌ ଯାତ୍ରୀମାନଙ୍କର ବହୁତ ପସନ୍ଦର ଆପ୍‌। ଯେତେବେଳେ ବି ଆମେ ଏହି ଆପରେ କୌଣସି ଟ୍ରେନକୁ ସର୍ଚ୍ଚ କରନ୍ତି ତେବେ ସେଠାରେ ଆପଣଙ୍କୁ ଲୋକେସନକୁ ଚୟନ କରିବା ପାଇଁ ତିନୋଟି ଅପସନ୍‌ ମିଳିବ। ଯେଉଁଥିରେ ପ୍ରଥମରେ ରହିଛି ସେଲ ଟାଓ୍ଵାର, ଦ୍ୱିତୀୟ ନମ୍ବରରେ ଅଛି ଇଣ୍ଟରନେଟ ଏବଂ ତ୍ରୁତୀୟ ନମ୍ବରରେ ଅଛି ଜିପିଏସ।

train

ତେବେ ସର୍ବପ୍ରଥମେ ଆମେ ଇଣ୍ଟରନେଟ ମୋଡ ବିଷୟରେ ଜାଣିବା। ଏହାକୁ ଯଦି ଆପଣ ସିଲେକ୍ଟ କରିବେ ତେବେ ଆପଣଙ୍କ ମୋବାଇଲରେ ଇଣ୍ଟରନେଟ୍‌ ଥିବା ନିହତି ଜରୁରୀ ହୋଇଥାଏ। ଇଣ୍ଟରନେଟ୍‌ ଅନ୍‌ ହେବା ପରେ ଏହି ଆପ ଏନଟିଇଏସ୍‌ ସର୍ଭର ଠାରୁ ଡାଟାକୁ ନେଇ ସେହି ଟ୍ରେନର ଲୋକେସନକୁ ଜଣାଇଥାଏ। ଏବେ ଆମେ ଯଦି କଥା ହେବା ଏହି ଆପର ସବୁଠାରୁ imprtant ମୋଡ ‘ସେଲ ଟାଓ୍ଵାର’ ବିଷୟରେ, ଯାହା ନେଟଓ୍ଵାର୍କ ନ ରହିଲେ ବି ଟ୍ରେନର ଲୋକେସନକୁ ଆପଣଙ୍କୁ ଜଣାଇବ କିନ୍ତୁ ଏଥିପାଇଁ ଆପଣଙ୍କୁ ଟ୍ରେନ ଭିତରେ ରହିବା ଜରୁରୀ ହୋଇଥାଏ, ଏହାପରେ ହିଁ ଏହା ଟ୍ରେନର ଏକଜାକ୍ଟ ଲୋକେସନକୁ କହିପାରିବ। ଏଥିପାଇଁ ଏହି ଆପରେ ଏକ ଖାସ୍‌ ଫିଚର ଦିଆଯାଇଛି। ଯେତେବେଳେ ବି ଆପଣ ଏହି ଆପକୁ ଆପଣଙ୍କ ଫୋନରେ ଇନଷ୍ଟଲ କରନ୍ତି ସେତେବେଳେ ଏହି ଆପ୍‌ କିଛି ପରମିସନକୁ allow କରିଥାଏ।

Where is my Trainଯଦି ଆପଣଙ୍କ ଫୋନରେ ନେଟଓ୍ଵାର୍କ ନାହିଁ କିନ୍ତୁ ଆପଣ ଟ୍ରେନ୍‌ ଭିତରେ ଅଛନ୍ତି ଏବଂ ଆପଣ ଟ୍ରେନର ଲାଇଭ୍‌ ଲୋକେସନକୁ ଚୟନ କରୁଛନ୍ତି ତେବେ ଏହି ଆପ୍‌ ସେଠାକାର ନିକଟସ୍ଥ ସେଲ ଟାଓ୍ଵାର ଅର୍ଥାତ ମୋବାଇଲ୍‌ ଟାଓ୍ଵାରକୁ ସର୍ଚ୍ଚ କରିଥାଏ। ଆପଣ ବସିଥିବା ଟ୍ରେନର ନିକଟକସ୍ଥ ଯେଉଁ ସେଲ ଟାଓ୍ଵାର ଥିବ ତାହାଦ୍ୱାରା ଟ୍ରେନର ଲୋକେସନ ଜଣାପଡିଯିବ। ଏଥିପାଇଁ ଆପଣ ଯେକୌଣସି ସିମ ବ୍ୟବହାର କରୁଥିଲେ ବି ଏହା ଅନ୍ୟ ସେଲ ଟାଓ୍ଵାରର ନେଟଓ୍ଵାର୍କର ଲୋକେସନକୁ ଡିଟେକ୍ଟ କରିଥାଏ। ସେଥିରେ ନେଟଓ୍ଵାର୍କ ନଥିଲେ ବି ଆପଣଙ୍କୁ ଲୋକେସନ ଦେଖାଯିବ। ଏଥିପାଇଁ ଯଦି ଆପଣଙ୍କର କୌଣସି ପର୍ଟିକୁଲାର ନମ୍ବରର ସିମ ଥିବ ଏବଂ ସେଥିରେ ନେଟଓ୍ଵାର୍କ ନଥିବ ଓ ସେହି ଲୋକେସନରେ ଅନ୍ୟ କେଉଁ ସିମର ନେଟଓ୍ଵାର୍କ ଆସୁଥାଏ ତେବେ ସେହି ନେଟଓ୍ଵାର୍କ ସେଲ ଟାଓ୍ଵାର ଲୋକେସନ ସହିତ ଡିଟେକ୍ଟ କରି  ଲୋକେସନକୁ ଜଣାଇଥାଏ।

ଏହାସହ ପଢନ୍ତୁ : JIO, ଭୋଡାଫୋନ ନା ଏୟାରଟେଲ, ୨୫୦ ଟଙ୍କର ପ୍ଲାନରେ କିଏ ଦେଉଛି ଅଧିକ ଫାଇଦା

ଏହାଛଡା ଟ୍ରେନ ଭିତରେ ବସିଥିବା କୌଣସି ବି ବ୍ୟକ୍ତି ଯାହାଙ୍କ ମୋବାଇଲରେ ନେଟଓ୍ଵାର୍କ ରହିଥାଏ ଏବଂ ସେ ଯଦି ସେହି ଟ୍ରେନକୁ ସର୍ଚ୍ଚ କରନ୍ତି ତେବେ ସେହି ଟ୍ରେନର ନମ୍ବର ଏବଂ ଡାଟା ଆପରେ ରେକର୍ଡ ହୋଇଯାଇଥାଏ। ଏହାର ଜିପିଏସ୍‌ ମୋଡ ମଧ୍ୟ ସେଠାକାର ଜିପଏସ୍‌ ଜରୀଆରେ ସାଟେଲାଇଟ୍‌ ଦ୍ୱାରା ଲୋକେସନକୁ ଡିଟେକ୍ଟ କରି ସେଠାକାର ଏକଜାକ୍ଟ ଲୋକେସନକୁ ଜଣାଇଥାଏ।

ଏବେ ଆମେ ଆଶା କରୁଛୁ ଯେ ଆପଣ ବୁଜିପରିଥିବେ ଯେ where is my train app ଟ୍ରେନର ଲୋକେସନକୁ କେମିତି ଜଣାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.