୫୭ ବର୍ଷ ବୟସରେ ଆଖି ବୁଜିଲେ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର

କଟକ : ଏସ୍‌ସିବି ମେଡିକାଲ ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା ରାଜ୍ୟରେ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର୍ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ପରଲୋକ। ୫୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଗତ ସେପ୍ଟେମ୍ବର ମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେହି ସମୟରୁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ। ଡାକ୍ତର କରଙ୍କ ଫୁସ୍‌ଫୁସ୍‌ରେ ଗୁରୁତର ସ˚କ୍ରମଣ ହେବାରୁ ଗତମାସରେ ତାଙ୍କୁ ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ ଡାକ୍ତରଖାନାକୁ ଭୁବନେଶ୍ବରରୁ ଏୟାରଲିଫ୍ଟ କରାଯାଇଥିଲା।

ଏକ୍‌ମୋ ଚିକିତ୍ସା ଚାଲିବା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ସେଥିପାଇଁ ଫୁସ୍‌ଫୁସ୍‌ ପ୍ରତିରୋପଣ ଯୋଜନାକୁ ବାତିଲ କରାଯାଇଥିଲା। ହେଲେ ଗତ ଗୁରୁବାର ସନ୍ଧ୍ଯାପରଠାରୁ ଡାକ୍ତର କରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିବାକୁ ଲାଗିଲା। ଗତକାଲି ସନ୍ଧ୍ଯା ପ୍ରାୟ ସାଢେ ୫ଟା ବେଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଡାକ୍ତର କର ୧୯୬୩ ମସିହାରେ ସୁନ୍ଦରଗଡ ଜିଲ୍ଲାର ପାନପୋସରେ ଜନ୍ମଗ୍ରହଣ କରିଥିଲେ। ଏସ୍‌ସିବି ମେଡିକାଲ୍‌ କଲେଜରୁ ଏମ୍‌ବିବିଏସ୍‌, ବୁର୍ଲାରୁ ଏମ୍‌ଡି ଏବ˚ ବାରଣାସୀରେ ଡିଏମ୍‌ କରିବା ପରେ ସେ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କ ଚାକିରିକାଳ ମଧ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସେ ଉଚ୍ଚ ପ୍ରଶ˚ସିତ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.