Below header

ଚେନ ଲୁଟି ଚମ୍ପଟ ମାରୁଥିଲେ କିନ୍ତୁ ଅଧାର ସରିଗଲା ତେଲ, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ

ଟାଙ୍କିରେ ତେଲ ପକାଇ ଫେରୁଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଛକ ନିକଟରୁ ଦୁଇ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଲୋକ । ପରେ ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା

ସାଲେପୁର(କେନ୍ୟୁଜ): ଗାଡ଼ିରୁ ତେଲ ସରିଯିବାରୁ ଧରାପଡିଲେ ଲୁଟେରା । ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ଚଳନ୍ତା ଗାଡିରୁ ଚେନ୍‌ ଛିଡାଇ ସ୍ପିଡରେ ଯାଉଥିଲେ । ଏତିକି ବେଳେ ଗାଡିରୁ ତେଲ ସରିଗଲା । ଟାଙ୍କିରେ ତେଲ ପକାଇ ଫେରୁଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଛକ ନିକଟରୁ ଦୁଇ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଲୋକ । ପରେ ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟଜଣଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି । ତା ନିକଟରୁ ଏକ ଖେଳନା ବନ୍ଧୁକ, ଛୁରୀ, ନମ୍ବର ପ୍ଲେଟ ଓ ବ୍ୟାଗ ଜବତ ହୋଇଛି। ଧରାପଡିଥିବା ଲୁଟେରା ଯାଜପୁରର ଶଶିକାନ୍ତ ଜୋନ । ତା ନାଁରେ ବହୁ ମାମଲା ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.