Below header

ପୁରୀ: ମାନି ଗଲେ ଏମାର ମଠର ମହନ୍ତ, ଅସ୍ଥାୟୀ ଘରେ ପୂଜାନୀତି କରିବାକୁ ନିଷ୍ପତ୍ତି

ପୁରୀ(କେନ୍ଯୁଜ୍): ମାନି ଗଲେ ମହନ୍ତ । ଧ୍ୟାନରୁ ଉଠିବେ ଏମାର ମଠ ମହନ୍ତ । ମଠ ନିକଟସ୍ଥ ଏକ ଘରେ ମହନ୍ତଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଛି । ମହନ୍ତ ଏହି ଘରେ ରହି ତାଙ୍କ ପୂଜାନୀତି କରିବେ । ଏହି ଅସ୍ଥାୟୀ ଘରେ ରହିବାକୁ ମହନ୍ତ ସମ୍ମତି ପ୍ରକାଶ କରିଛନ୍ତି । ଗତକାଲି ଏମାର ମଠ ଭାଙ୍ଗା ଚାଲିଥିବା ବେଳେ ଭିତରେ ମହନ୍ତ ନିଜ କକ୍ଷରେ ଧ୍ୟାନରତ ଥିଲେ । ମଠ ସୁରକ୍ଷିତ ଥିବା ଦର୍ଶାଇ ସେ ବାହାରକୁ ବାହାରିନଥିଲେ । ତେବେ ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ ଅସ୍ଥାୟୀ ଘରେ ପୂଜାର୍ଚ୍ଚନା କରିବା ପାଇଁ ମହନ୍ତ ରାଜି ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.