Below header

ଦେବଗଡ଼: ରାସ୍ତା ମରାମତି ନହେବାରୁ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜାତୀୟ ରାଜପଥ ବନ୍ଦ

ଦେବଗଡ଼(କେନ୍ଯୁଜ୍): ରାସ୍ତା ମରାମତି ନହେବାରୁ ୧୨ ଘଣ୍ଟିଆ ଜାତୀୟ ରାଜପଥ ବନ୍ଦ କରାଯାଇଛି । ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ବନ୍ଦ କରାଯାଇଛି । ଫଳରେ ଶହ ଶହ ଗାଡ଼ି ଅଟକି ରହିଛି । ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଦେଇ ହଜାର ହଜାର ଗାଡ଼ି ଚଳାଚଳ କରୁଛି । ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତାର ବାଏପାସ୍‌ ରାସ୍ତା କାମ ଓରିଏଣ୍ଟାଲ କମ୍ପାନୀକୁ ଦିଆଯାଇଛି । ଏହି କମ୍ପାନୀ ରାସ୍ତା ମରାମତି କରିବା କଥା । ହେଲେ କମ୍ପାନୀ ରାସ୍ତା କାମ କରୁନଥିବାରୁ ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ଶାଖା ପକ୍ଷରୁ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ୍ଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.