Below header

ଗଜପତି ଦିବ୍ୟସିଂହ ଦେବ କୋଭିଡ୍‌ରେ ଆକ୍ରାନ୍ତ, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ

ଭୁବନେଶ୍ୱର : ଗଜପତି ଦିବ୍ୟସିଂହଦେବ କୋଭିଡ୍‌-୧୯ରେ ଆକ୍ରାତ ହୋଇଛନ୍ତି । ତେଣୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶ୍ରୀମନ୍ଦିରରେ ଦର୍ଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ପାରିବେ ନାହିଁ । ଯଦିଓ ଗଜପତିଙ୍କ ଠାରେ ବିଶେଷ ଲକ୍ଷଣ ନାହିଁ ଏବଂ ସେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରୁନାହାନ୍ତି ତଥାପି ସାତ ଦିନ ଯାଏ ସଂଗରୋଧରେ ରହିବେ ।

ଏ ନେଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ରାଷ୍ଟ୍ରପତିଙ୍କର ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି । ତାଙ୍‌କୁ ସ୍ୱାଗତ କରିବା ଏବଂ ତାଙ୍କର ଅନ୍ୟ କାର୍ଯ୍ୟକ୍ରମରେ ଗଜପତି ଯୋଗ ଦେବାର ଥିଲା । ତେବେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବାରୁ ସେ ଏସବୁଥିରେ ଯୋଗ ଦେବେ ନାହିଁ ।

gajapati

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.