Below header

ପୋଲିଂ ପାର୍ଟି ଫୋର୍ସ ନେଇ ଯାଉଥିବା ବେଳେ ପୋଲିସ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ଜଣ ମୃତ

ନବରଙ୍ଗପୁର (କେନ୍ୟୁଜ୍‌) : ନବରଙ୍ଗପୁର ପାପଡ଼ାହାଣ୍ଡିରେ ପୋଲିସ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୩ ପୋଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ୧୪ ଜଣ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଗାଡ଼ିରେ ମୋଟ ୪୫ ଜଣ ପୋଲିସ୍‌ କର୍ମଚାରୀ ଥିଲେ । ନିର୍ବାଚନ କାର୍ଯ୍ୟରେ ସେମାନଙ୍କୁ ନେଇ ଗାଡ଼ିଟି କୋଷାଗୁମୁଡ଼ା ଯାଉଥିଲା । ପାପଡ଼ାହାଣ୍ଡି ସୋରିଷପଦର ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ନବରଙ୍ଗପୁର ଓ ପାପଡ଼ାହାଣ୍ଡି ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.