କାଲିଠୁ ପୁରୀବାସୀଙ୍କୁ ଦର୍ଶନ ଦେବେ ଶ୍ରୀଜିଉ, ଗୋଟିଏ ଚିରିକୁଟିରେ ପରିବାରର ୬ ଜଣ ଯାଇପାରିବେ

ପୁରୀ(କେନ୍ୟୁଜ୍):  କାଲିଠୁ ପୁରୀବାସୀଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ପାଞ୍ଚ ଦିନ ଓ୍ଵାର୍ଡଓ୍ଵାରୀ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏଥିପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଚିରିକୁଟି ଦିଆଯାଇଛି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରିକୁଟିରେ ପରିବାରର ୬ ଜଣ ଯାଇପାରିବେ । ୨୩ ତାରିଖରୁ ରାଜ୍ୟ ତଥା ବାହାରର ଶ୍ରଦ୍ଧାଳୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ୍‌ ସାର୍ଟିଫିକେଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ମନ୍ଦିର ଭିତରକୁ ଫୁଲ, ଭୋଗ ନେବା ପାଇଁ ବାରଣ କରାଯାଇଛି। ଅଗଷ୍ଟ ୧୨ ଓ ୧୩ ଦୁଇ ଦିନ ଧରି ଦୀର୍ଘ ୪ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ସେବାୟତ ଓ ତାଙ୍କ ପରିବାର। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ମହାମାରୀ ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ରବିବାର ଦିନ ଶ୍ରୀମନ୍ଦିରକୁ ନିୟମିତ ଭାବେ ବିଶୋଦନ କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.