Below header

କରୋନା ମୁକାବିଲା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

କେନ୍ୟୁଜ(ବ୍ୟୁରୋ): କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରରେ ଯେଉଁଭଳି ପଦକ୍ଷେପ ନେଇଛନ୍ତି, ଅନ୍ୟ ରାଜ୍ୟମାନେ ଅନୁକରଣ କରିବା ଦରକାର । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମଠ ମନ୍ଦିର, ଗରୀବ, ଶ୍ରମିକ ଓ ପଶୁପକ୍ଷୀ ଅବହେଳିତ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ଶଙ୍କରାଚାର୍ଯ୍ୟ । ପୋଲିସ, ସେଚ୍ଛାସେବୀ, ଓ ସ୍ୱାସ୍ଥ୍ୟକର୍ମୀ ଯେମିତି ସଂକ୍ରମଣର ଶିକାର ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ଶଙ୍କରାଚାର୍ଯ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.