Below header

ଶେଷ ୪ କରୋନା ପଜେଟିଭ୍‌ଙ୍କ ଭିତରେ ଅଛନ୍ତି ଦୁଇ ଜଣ ଶିଶୁ, ଜଣାପଡ଼ିଲା ଟ୍ରାଭେଲ୍‌ ହିଷ୍ଟ୍ରି

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଗତକାଲି ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଆଯାଇଥିଲା । ଆଜି ଅନ୍ୟ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଆସିଛି । ପେସେଣ୍ଟ ନମ୍ବର ୪୬, ୪୭ ଓ ୪୮ଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିଛି । ୩ ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର । ଜଣେ ୩୭ ବର୍ଷର ମହିଳା, ଅନ୍ୟ ଦୁଇ ଜଣ ୯ ଓ ୫ବ ର୍ଷ ବୟସର ଝିଅ ।

ରାଜ୍ୟର ୪୨ ନଂ ଆକ୍ରାନ୍ତଙ୍କ ସହ ୩ ଆକ୍ରାନ୍ତଙ୍କ ଲିଙ୍କ୍‌ ରହିଛି । ମାର୍ଚ୍ଚ ୨୨ରୁ ୩ ଏପ୍ରିଲ ଯାଏ ଘରେ ଥିଲେ । ଏପ୍ରିଲ ୪ ଏବଂ ୫ ତାରିଖରେ ଭୁବନେଶ୍ୱର ଏମସରେ ୪୨ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏପ୍ରିଲ ୬ରୁ ୯ ତାରିଖ ଯାଏଁ ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ଏପ୍ରିଲ ୮ ତାରିଖରେ ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଗତକାଲି ସମସ୍ତଙ୍କ ରେଜଲ୍ଟ ପଜିଟିଭ ଆସିଥିଲା । ଆଜି ତିନି ଜଣଙ୍କୁ କିମସ୍‌ କୋଭିଡ ହସ୍ପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ପେସେଣ୍ଟ ନମ୍ବର ୪୫ ହେଲେ ୨୦ ବର୍ଷୀୟ କଳାହାଣ୍ଡି ଗୋଲମୁଣ୍ଡାର ୨୦ ବର୍ଷର ଯୁବକ । ମାର୍ଚ୍ଚ ୨୦ ଓ ୨୧ ତାରିଖରେ ସେ ବେହେରାଗୁଡା ଗାଁରେ ଥିଲେ । ସେହିଦିନ ଅପରାହ୍ନରେ ଗାଁରେ ସାଙ୍ଗମାନଙ୍କୁ ଭେଟିଥିଲେ । ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ୨୫ ରେ ଗାଁର ଗ୍ରୋସରୀ ଦୋକାନ ଯାଇଥିଲେ । ପୁଣି ୨୬ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଘରେ ଥିଲେ । ଏପ୍ରିଲ ୪ ତାରିଖରେ ବାହାରିନ୍‌ରୁ ଫେରିଥିବା ଆକ୍ରାନ୍ତଙ୍କୁ ଭେଟିଥିଲେ । ଏପ୍ରିଲ ୪ରେ ବେହେରାଗୁଡା ଗାଁ ଘରେ ଥିଲେ । ଏପ୍ରିଲ ୫ରୁ କ୍ୱାରେଣ୍ଟାଇନ୍‌ ପାଇଁ ସୋସିଆ ସ୍ଥାନାନ୍ତର ହେଲେ । ଗତକାଲି ନମୁନା ଟେଷ୍ଟିଂ ପରେ ପଜିଟିଭ୍‌ ଚିହ୍ନଟ ହେଲେ । ଆଜି ତାଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଗତକାଲି ୬ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଏବେ ୪୫ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦୁଇ ଜଣ । ଏହାରି ଭିତରେ ଆଠଟି ଜିଲ୍ଲାରୁ ଚିହ୍ନଟ ହେଲେଣି କରୋନା ପଜିଟିଭ୍‌ । ଖୋର୍ଦ୍ଧାରୁ ସର୍ବାଧିକ ୩୮ ଅଛନ୍ତି । ସେହିପରି ଭଦ୍ରକରୁ ୩ ଜଣ, କଳାହାଣ୍ଡିର ଦୁଇ ଜଣ, କଟକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍‌ ଅଛନ୍ତି ।

 

୯ ଓ ୫ବ ର୍ଷ ବୟସର ଝିଅ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.