ଧର୍ମଶାଳା ପୋଲିସର ଅଭିନବ ପ୍ରୟାସ, କର୍ମଚାରୀଙ୍କ ସହ ସାଇକେଲ ଚଢି ଲୋକଙ୍କୁ କଲେ ସଚେତନ

ଯାଜପୁର (କେନ୍ୟୁଜ) ଲକଡାଉନକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ଦିନ ରାତି ଏକ କରିଦେଇଛି । ଆଇନଶୃଙ୍ଖଳାର ତଦାରଖ କରିବା ସହ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କର ସୁରକ୍ଷା ମଧ୍ୟ ସେମାନଙ୍କ ଦାୟିତ୍ୱ । ଏଭଳିସ୍ଥଳେ ଲକଡାଉନ ସମୟରେ କିଛି ଅମାନିଆଙ୍କ ପାଇଁ ପୋଲିସ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ତଥାପି ସେମାନେ ଚେତୁନାହାନ୍ତି । ସେମାନଙ୍କୁ ସଚେତନ କରାଇବା ସହ ବାଟକୁ ଆଣିବା ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ନିଜେ ଥାନା ଅଧିକାରୀ ସାଇକେଲ ଚଢି କର୍ମଚାରୀଙ୍କ ସହ ଆଜି ଜାରକା ବଜାର ପରିକ୍ରମା କରିଛନ୍ତି ।

policeଏହାଦ୍ୱାରା ଲୋକମାନେ ଏହି ସମୟରେ ସାଇକେଲ ବ୍ୟବହାର କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଆସିବା ସହ ଲକଡାଉନର କଟକଣାକୁ ମାନିବେ ବୋଲି ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଆଶା ରଖିଛନ୍ତି । ତେବେ ମାନ୍ୟବର ହାଇକୋର୍ଟଙ୍କ ରାୟକୁ ସମ୍ମାନ ଦେବାକୁ ଯାଇ ଆସନ୍ତାକାଲି ଠାରୁ ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.