Below header

ଆଜି ତୃତୀୟ ଦିନରେ ଜଗା ଦର୍ଶନ, ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର

ପୁରୀ (କେନ୍ୟୁଜ) : ଆଜି ତୃତୀୟ ଦିନରେ ଜଗା ଦର୍ଶନ । ବ୍ୟାକୁଳ ମନରେ ଦର୍ଶନ ପାଇଁ ଚାହିଁ ରହିଥିଲେ ସମସ୍ତେ । ସର୍ବସାଧାରଣ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ବ୍ୟାକୁଳ ଭକ୍ତ ମନ । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି କରିଥିଲେ ମହାପ୍ରଭୁଙ୍କ ଦର୍ଶନ । ୯ ମାସ ପରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ କଟକଣା ଥିବାବେଳେ ଗୁଟଖା କିମ୍ବା ପାନ ଖାଇବା ମନା । ପରୀକ୍ଷାମୂଳକ ଭାବେ ସେବାୟତ ଓ ପୁରୀବାସୀଙ୍କ ପରେ ଏବେ ପ୍ରତିଦିନ ୧୫ ହଜାରରୁ ୧୭ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୧୮ପ୍ଲାଟୁନ୍‌ ପୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.