Below header

ପୁରୀକୁ କରାଯିବ ବିଶ୍ୱସ୍ତରୀୟ ଐତିହ୍ୟ ସହର , ଆଗାମୀ ୩ ବର୍ଷରେ ଖର୍ଚ୍ଚ ହେବ ୩୨୦୮ କୋଟି ଟଙ୍କା

ପୁରୀ(କେନ୍ୟୁଜ୍):  ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ଆଗାମୀ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ହେରିଟେଜ ସିକ୍ୟୁରିଟି ଜୋନ, ଶ୍ରୀସେତୁ ପ୍ରକଳ୍ପ, ବ୍ୟକ୍ତିଗତ କ୍ଷତିପୂରଣ ବାବଦ ପ୍ରକଳ୍ପ, ବହୁମୁଖୀ କାର ପାର୍କିଂ ଜେଲ ରୋଡରେ ହେବ । ୪୦୦ ଭେଣ୍ଡରଙ୍କ ପାଇଁ ଘର ହେବ । ସେହିପରି ମଡେଲ କମ୍ପେକ୍ସ, ମ୍ୟୁନିସିପାଲିଟି ମାର୍କେଟର ପୁନଃଉଦ୍ଧାର ହେବ । ଏମିତି ୧୫ ପ୍ରକଳ୍ପ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମୋଟ ୧୦ଟି ନିଷ୍ପତ୍ତିରେ କ୍ୟାବିନେଟ ମୋହର ମାରିଛି । ଅବଢା ଯୋଜନାକୁ କ୍ୟାବିନେଟ୍‌ର ମଞ୍ଜୁରୀ ଦେଇଛି । ଏହାସହ ପୁରୀରେ ଫନି ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ୧୦ ଏକର ଜାଗାରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ହେବ। ତାକୁ ପୁରୀ ଲୋକସେବା ଭବନ ନାମରେ ନାମିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.