Below header

କୋଭିଡ ୧୯ ବିଶ୍ୱସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନୀତ ହେଲେ ପୁରୀର ପଟ୍ଟଚିତ୍ର ଶିଳ୍ପୀ ନୀଳମଣି ଜେନା

ପୁରୀ: ପୁରୀ ଜିଲ୍ଲାର ଯୁବ ପଟ୍ଟଚିତ୍ର ଶିଳ୍ପୀ ନୀଳମଣି ଜେନା କୋଭିଡ ୧୯ ପ୍ରଦର୍ଶନୀ ବିଶ୍ୱସ୍ତରୀୟ ରେକର୍ଡ ପାଇଁ ମନୋନୀତ ହୋଇଛନ୍ତି । ଇଣ୍ଟରନାସନାଲ ଆର୍ଟ ଆଣ୍ଡ ଇମାଜିନେସନ ଫୋରମ ପକ୍ଷରୁ ନଭେମ୍ବର ୭ ଓ ୮ରେ ବିଶ୍ୱର ଏହି ବୃହତ ପ୍ରଦର୍ଶନୀ ଅନଲାଇନରେ ଅନୁଷ୍ଠିତ ହେବ । ଏଥିପାଇଁ ପୂର୍ବରୁ ନୀଳମଣି କୋଭିଡ ୧୯ ନେଇ ନିଜ କଳାକୃତି ପଠାଇବା ପରେ ବିଶ୍ୱ ରେକର୍ଡ ପାଇଁ ଟିକେଟ ହାସଲ କରିଛନ୍ତି ।

ପ୍ରଥମେ ରାଜ୍ୟ ଲଳିତ କଳା ଏକାଡେମୀ ପକ୍ଷରୁ କୋଭିଡ ୧୯ ପରିଚାଳନାକୁ ନେଇ କଳାକୃତି କରି ପୁରସ୍କୃତ ହେବା ପରେ ଝାଡ଼ଖଣ୍ଡ କଳାକୃତି ଆର୍ଟ ଆଣ୍ଡ ଫାଉଣ୍ଡେସନ ପକ୍ଷରୁ ସ୍ୱର୍ଣ୍ଣ ପଦକ, ପୁନେ ଲଳିତ କଳା ପ୍ରବୋଧିନି ଦ୍ୱାରା ଶ୍ରେଷ୍ଠ କଳାକାର ସମ୍ମାନ ପାଇଛନ୍ତି । ଏବେ ପୁଣି ଓଡିଶା ଆର୍ଟ ଆଣ୍ଡ କଲଚର ଫାଉଣ୍ଡେସନ ପକ୍ଷରୁ ଶ୍ରେଷ୍ଠ ଶିଳ୍ପୀ ସମ୍ମାନ ସହ ଇଣ୍ଟରନାସନାଲ ଆର୍ଟ ଆଣ୍ଡ ଇମାନିଜେସନ ଫୋରମ ପକ୍ଷରୁ ବିଶ୍ୱ ରେକର୍ଡ ପାଇଁ ଟିକେଟ ହାସଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.