ସ୍ୱାମୀ ସାଜିଲା ସୈତାନ, ପୁଅ ଆଶାରେ ଧାରୁଆ ଅସ୍ତ୍ରରେ ଫାଡ଼ିଦେଲା ସ୍ତ୍ରୀର ପେଟ !

ଉତ୍ତର ପ୍ରଦେଶର ବଦାୟୁ ଜିଲାରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସୈତାନୀ ସ୍ୱାମୀର କଳା କାରନାମା ଜାଣିଲେ ଆପଣ ବି ସ୍ତମ୍ଭୀଭୂତ ହୋଇଯିବେ। ପୁଅ ଆଶାରେ ଜଣେ ସ୍ୱାମୀ ତା’ ସ୍ତ୍ରୀର ପେଟକୁ ଏକ ଧାରୁଆ ଅସ୍ତ୍ରରେ ଫାଡ଼ିଦେଇଛି। ଫଳରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

gc

ତେବେ ଏଠି ବି ହସ୍ପିଟାଲ ଷ୍ଟାଫମାନଙ୍କର ଦାୟିତ୍ୱହୀନତା ସାମ୍ନାକୁ ଆସିଥିଲା। ଇମରଜେନ୍ସି ୱାର୍ଡରେ ବେଡ ଅଭାବରୁ ମହିଳାଙ୍କ ଭାଇ ତାଙ୍କୁ ଡ୍ରିପ ସହ ଧରି ଏଠି ସେଠି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାକୁ ବହୁ ବିଳମ୍ବରେ ତାଙ୍କୁ ହାୟର ସେଣ୍ଟର ଅର୍ଥାତ ସର୍ଜିକାଲ ୱାର୍ଡକୁ ପଠାଯାଇଥିଲା।

ପୁଅ ଆଶାରେ ଭିଣୋଇ ତାଙ୍କ ଭଉଣୀର ପେଟ ଫାଡ଼ିଦେଇଥିବା ନେଇ ମହିଳାଙ୍କ ଭାଇ ରବି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ପନ୍ନା ଲାଲ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ଅନିତାଙ୍କ ପେଟକୁ ଧାରୁଆ ଅସ୍ତ୍ରରେ ଫାଡ଼ିଦେଇଛନ୍ତି।

hyh

ଏହି ଦମ୍ପତିଙ୍କର ପୂର୍ବରୁ ୫ଟି ଝିଅ ଅଛନ୍ତି। କିନ୍ତୁ ପନ୍ନା ଲାଲ ବାରମ୍ବାର ଝିଅ ହେବାକୁ ନେଇ ସ୍ତ୍ରୀଙ୍କୁ ମାରଧାର କରିଆସୁଥିଲେ। ଏ ନେଇ ଅନିତାଙ୍କ ଭାଇ ପୋଲିସ ନିକଟରେ ବହୁଥର ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ଯାହାଫଳରେ ଏଭଳି ଘଟଣା ଘଟିଲା ବୋଲି ରବି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ମାମଲାକୁ ନେଇ ଏସପି ପ୍ରବୀଣ ସିଂ ଚୌହାନ କହିଛନ୍ତି, ‘ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇ ପଚରା ଉଚରା ଚାଲିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.