Below header

ଓଡ଼ିଶା ଛାଡ଼ି ଯିବାକୁ ନାରାଜ ବର୍ଷା : କାଲି ୧୩ଟି ଜିଲ୍ଲାରେ ବର୍ଷି ପାରେ, ୫ଟି ଜିଲ୍ଲାକୁ ୟୋଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ବୋଧହୁଏ ବର୍ଷା ଓଡ଼ିଶା ଛାଡ଼ି ଯିବାକୁ ନାରାଜ । ଆଗାମୀ ୨୪ଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଦିଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ ଏବଂ ଖୋର୍ଦ୍ଧାରେ ବର୍ଷା ହୋଇ ପାରେ । ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ନୂଆପଡ଼ା ଏବଂ କନ୍ଧମାଳ ଜିଲ୍ଲ ପାଇଁ ଆସନ୍ତାକାଲି ‘ୟେଲୋ ଓ୍ଵାର୍ଣ୍ଣିଂ’ ଦିଆଯାଇଛି ।

ଆସନ୍ତାକାଲି ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଆଜି ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ରାୟଗଡ଼ା, ପାରଳାଖେମୁଣ୍ଡି ଓ ଭବାନୀ ପାଟଣାରେ ମଧ୍ୟ ପାରଦ ୩୫ ଡିଗ୍ରୀରେ ପହଞ୍ଚିଥିଲା । ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୩.୧ ଏବଂ କଟକରେ ୩୩ ଡିଗ୍ରୀ ରେକର୍ଡ଼ କରାଯାଇଥିବା ସୂଚନା ମିଳିଛି । ସେହିଭଳି ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ଆଜି ଭୋର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.